‘ପାକିସ୍ତାନ ଏକ ଦରିଦ୍ର ରାଷ୍ଟ୍ର, ବେଶି ରୁଣଭାର ସମ୍ଭାଳି ପାରିବ ନାହିଁ’

0

ଇସଲାମାବାଦ : ପାକିସ୍ତାନ ସରକାର ଚୀନ ସହାୟତାରେ ନିର୍ମାଣ କରୁଥିବା ରେଶମ ରାସ୍ତା ‘ସିଲ୍କ ରୋଡ଼’ ରେଳ ପ୍ରକଳ୍ପରୁ ଦୁଇ ଶହ କୋଟି ଡଲାର କାଟ୍‍ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରାଚିରୁ ପେଶାୱାର ପର୍ଯ୍ୟନ୍ତ ୧,୮୭୨ କିଲୋମିଟରର ଏହି ରେଳ ପ୍ରକଳ୍ପ ପାଇଁ ପ୍ରଥମେ ୮.୨ ଶହ କୋଟି ଡଲାର ବ୍ୟୟ ଅଟକଳ କରାଯାଇଥିଲା। ପରେ ବ୍ୟୟ ଅଟକଳରୁ ୨ ଶହ ଡଲାର କାଟି ଏହାକୁ ୬.୨ ଶହ କୋଟି ଡଲାର କରିଦିଆଯାଇଥିଲା। ଏବେ ଏଥିରୁ ଆଉ ୨ ଶହ ଡଲାର କାଟି ୪.୨ ଶହ କୋଟି ଡଲାର କରିଦିଆଯାଇଛି ବୋଲି ସୋମବାର ପାକିସ୍ତାନ ରେଳ ମନ୍ତ୍ରୀ ସେଖ ରଶିଦ ଘୋଷଣା କରିଛନ୍ତି। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେଖ ରଶିଦ କହିଥିଲେ ଯେ ପାକିସ୍ତାନ ଏକ ଦରିଦ୍ର ରାଷ୍ଟ୍ର ଓ ଏହା ଆଉ ଅଧିକ ରୁଣ ଭାର ସମ୍ଭାଳି ପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଚୀନ-ପାକିସ୍ତାନ ଆର୍ଥିକ କରିଡ଼ର (ସିପିଇସି) ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ଚୀନ ରୁଣ ପ୍ରଦାନ କରୁଛି। ପାକିସ୍ତାନର ଇମ୍ରାନ ଖାନଙ୍କ ନୂଆ ସରକାର ଚୀନ ଠାରୁ ରୁଣ ନେବା କ୍ଷେତ୍ରରେ ବହୁ ସାବଧାନତା ଅବଲମ୍ବନ କରୁଛନ୍ତି। ଫଳରେ ରୁଣ ଅର୍ଥକୁ ହ୍ରାସ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

Leave A Reply