ପାନାସିଆ ବାୟୋଟେକରୁ ସମସ୍ତ ଅଂଶଧନ ପ୍ରତ୍ୟାହାର କଲେ ଆଦାର ପୁନାୱାଲା

ନୂଆଦିଲ୍ଲୀ: ସେରମ୍‍ ଇନଷ୍ଟିଚ୍ୟୁଟର ସିଇଓ ଆଦାର ପୁନାୱାଲା ସୋମବାର ପାନାସିଆ ବାୟୋଟେକରୁ ନିଜର ସମସ୍ତ ଅଂଶଧନ ପ୍ରତ୍ୟାହାର କରିନେଇଛନ୍ତି। ଓପନ ମାର୍କେଟ କାରବାରରେ ଏହି ଅଂଶଧନ ପ୍ରତ୍ୟାହାର କରାଯାଇଛି। ସେୟାର ପିଛା ମୂଲ୍ୟ ଟ ୩୭୩.୮୫ ହିସାବରେ ପୁନାୱାଲାଙ୍କ ସମସ୍ତ ସେୟାର ମୂଲ୍ୟ ୧୧୮.୦୨ କୋଟି ଟଙ୍କା ବୋଲି ଜଣାଯାଇଛି। ପାନାସିଆରେ ପୁନାୱାଲାଙ୍କର ୫.୧୫ ପ୍ରତିଶତ ଏବଂ ସେରମର ୪.୯୮ ପ୍ରତିଶତ ଅଂଶ ରହିଥିଲା। ପୁନାୱାଲାଙ୍କର ସମସ୍ତ ଅଂଶକୁ ସେରମ୍‍ ସମାନ ମୂଲ୍ୟରେ ଖରିଦ କରିନେଇଥିବା ଜଣାଯାଇଛି। ସୋମବାର ଷ୍ଟକ ବଜାରରେ କାରବାର ଶେଷସୁଦ୍ଧା ପାନାସିଆର ପ୍ରତି ଅଂଶର ମୂଲ୍ୟ ଟ ୩୮୪.୯ରେ ବନ୍ଦ ହୋଇଥିଲା, ଯାହା ପୂର୍ବ ଦିନର କାରବାର ବନ୍ଦ ସୁଦ୍ଧା ରହିଥିବା ମୂଲ୍ୟ ତୁଳନାରେ ୧.୧୬ ପ୍ରତିଶତ ଅଧିକ।

Comments are closed.