ପୂଜା ସମୟରେ ଏହି ଭୁଲ ଆଣିପାରେ କ୍ଷତି

0

କୁହାଯାଏ ଯେ, ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କରିବା ଉଚିତ। କିନ୍ତୁ ବେଳେବେଳେ ଆମ ମନରେ ପୂଜାପାଠକୁ ନେଇ ଅନେକ ଭୁଲ ଉପାୟ ଆସିଥାଏ। ପୂଜା ସମ୍ବନ୍ଧୀୟ ସମସ୍ୟାକୁ କିଛି ମାତ୍ରାରେ କମ କରିବାରେ ଏହି ଉପାୟ ସାହାଯ୍ୟ କରିଥାଏ।ପୂଜା ବେଳେ ଭଗବାନ ବିଷ୍ଣୁଙ୍କୁ ଚାଉଳ, ଗଣେଶଙ୍କୁ ତୁଳସୀ, ଦେବୀଙ୍କୁ ଦୁବ ଓ ସୂର୍ଯ୍ୟଙ୍କୁ ବେଲ ପତ୍ର କେବେ ମଧ୍ୟ ଭୁଲରେ ଚଢାନ୍ତୁ ନାହିଁ। ଭଗବାନ ଶିବଙ୍କୁ ବେଲ ପତ୍ର, ବିଷ୍ଣୁଙ୍କୁ ତୁଳସୀ, ଗଣେଶଙ୍କୁ ଦୁବ, ସୂର୍ଯ୍ୟଙ୍କୁ ଲାଲ କନିଅର ଫୁଲ ଓ ଦେବୀଙ୍କୁ ଲାଲ ରଙ୍ଗର ଫୁଲ ଚଢାନ୍ତୁ। ଏପରି କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି।ପୂଜା ସମୟରେ ଦୀପକୁ ସଠିକ ସ୍ଥାନରେ ରଖନ୍ତୁ। ସର୍ବଦା ପୂଜା ସମୟରେ ଘିଅର ଦୀପକୁ ଡାହାଣ ପଟେ ଓ ତେଲର ଦୀପକୁ ବାମ ପଟେ ରଖନ୍ତୁ। ଜଳପାତ୍ର, ଘଣ୍ଟି, ଧୂପ ଦାନୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀକୁ ସର୍ବଦା ବାମ ପଟେ ରଖିବା ଉଚିତ।
ଭଗବାନଙ୍କୁ ସର୍ବଦା ସ୍ନାନ କରାଇ ସାରିବା ପରେ ଚନ୍ଦନ ଟୀକା ଲଗାନ୍ତୁ। ହାତର ଅନାମିକ ଆଙ୍ଗୁଠିରେ ଭଗବାନଙ୍କୁ ତିଲକ, ସିନ୍ଦୁର ଓ ଚନ୍ଦନ ଲଗାଇବା ଉଚିତ।ଭଗବାନ ଗଣେଶ, ହନୁମାନ, ଦୁର୍ଗା ମା’ ଓ ଅନ୍ୟ କୌଣସି ଠାକୁରଙ୍କ ମୂର୍ତ୍ତିରୁ ସିନ୍ଦୁର ନେଇ ମଥାରେ ଲଗାନ୍ତୁ ନାହିଁ।
ପୂଜା ସମୟରେ ଗୋଟିଏ ଦୀପରୁ ଅନ୍ୟ ଦୀପକୁ କିମ୍ବା ଧୂପ ଓ କର୍ପୂର ଲଗାନ୍ତୁ ନାହିଁ।

Leave A Reply