ୟୁଏଇରେ ପହଞ୍ଚିଲେ ଦିଲ୍ଲୀ କ୍ୟାପିଟାଲ୍‍ସ ପ୍ରଶିକ୍ଷକ ପଣ୍ଟିଂ

ଦୁବାଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍‍ସର ପ୍ରଶିକ୍ଷକ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଗୁରୁବାର ୟୁଏଇରେ ପହଞ୍ଚିଛନ୍ତି। ତାଙ୍କ ଦଳର ଖେଳାଳି ଓ ଅନ୍ୟ ସପୋର୍ଟ ଷ୍ଟାଫ୍‍ଙ୍କ ସହ ମିଶିବା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ଏହି ପୂର୍ବତନ ଅଧିନାୟକ ଦଳର ହୋଟେଲରେ ତାଙ୍କ କୋଠରିରେ ସଂଗରୋଧରେ ରହିଛନ୍ତି। ସେଠାରେ ପଣ୍ଟିଂ ୬ ଦିନ କାଳ ରହିବେ ଏବଂ ଏହା ମଧ୍ୟରେ ସେ ୩ ଥର କୋଭିଡ୍‍ ପରୀକ୍ଷା ଦେବେ। ଗୁରୁବାରଠାରୁ ପଣ୍ଟିଂଙ୍କ ସଂଗରୋଧ ଅବଧି ଆରମ୍ଭ ହୋଇଛି; ଯାହା ମଙ୍ଗଳବାର ସମାପ୍ତ ହୋଇଯିବ। ତାଙ୍କର ୩ଟିଯାକ କୋଭିଡ୍‍ ପରୀକ୍ଷାର ରିପୋର୍ଟ ନେଗେଟିଭ୍‍ ଆସିଲେ ସେ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କ ସହ ଅଭ୍ୟାସରେ ଯୋଗଦେବେ।

Comments are closed.