ଗର୍ଭବତୀ ପିଅନ୍ତୁ ଡାଳିମ୍ବ ରସ : ଉଭୟ ମଆ ଓ ଶିଶୁ ପାଇଁ ଅମୃତ ସମାନ

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ଫଳ ଖାଇବା ସ୍ବାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ ହୋଇଥାଏ। ତେବେ ସବୁ ଫଳ ମଧ୍ୟରୁ ଡାଳିମ୍ବର ଅଧିକ ଉପକାରୀ ଗୁଣ ରହିଛି। ଖାସ୍‌ କରି ଗର୍ଭବତୀମାନଙ୍କ ପାଇଁ ଏହା କୌଣସି ମହୌଷଧୀରୁ କମ୍ ନୁହେଁ। ଗର୍ଭାବସ୍ଥାରେ ଡାଳିମ୍ବ ରସ ପିଇବା ଦ୍ୱାରା କେବଳ ମା’ ନୁହେଁ ଗର୍ଭସ୍ଥ ଶିଶୁକୁ ମଧ୍ୟ ବହୁତ ଲାଭ ହୋଇଥାଏ।

ଡାଳିମ୍ବରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଯାହା ଶରୀରର ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସାହାଯ୍ୟ କରେ। ଡାଳିମ୍ବ ରସ ପିଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଏ। ଫଳରେ ପ୍ରସବ ପରେ ମା’ଠାରେ ରକ୍ତହୀନତାର ଭୟ ରହେନାହିଁ। ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ମଧ୍ୟ ଡାଳିମ୍ବ ରସ ବିଶେଷ ସହାୟକ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

ଗର୍ଭାବସ୍ଥାରେ ଡାଳିମ୍ବ ଜୁସ୍ ପିଇବା ଦ୍ୱାରା ପ୍ରିକ୍ଲାମ୍ପ୍ସିଆ, ସମୟ ପୂର୍ବରୁ ଜନ୍ମ ଓ ଶିଶୁର ବିକାଶରେ ଆସୁଥିବା ବାଧା ଆଦି ସମସ୍ୟାକୁ ଦୂରେଇ ହେବ। ଏକ ଗବେଷଣାରୁ ଜଣାଯାଇଛି ଯେ, ଡାଳିମ୍ବ ରସ ପିଇବା ଦ୍ୱାରା ଗର୍ଭନଳୀରେ ଆଘାତ ଲାଗିବା ସମ୍ଭାବନା କମ୍ ହୋଇଥାଏ। ଡାଳିମ୍ବ ରସରେ ପଲିଫେନୋଲିକ୍ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଏହା ମାନସିକ ଚାପକୁ କମ୍ କରିବାରେ ସାହାଯ୍ୟ କରେ। ଏହାସହିତ ମାନବ ଭ୍ରୁଣ ଓ ଗର୍ଭନଳୀର କୋଷିକାର ମୃତ୍ୟୁ ଆଶଙ୍କାକୁ ମଧ୍ୟ କମାଇଥାଏ।
ଗର୍ଭସ୍ଥ କୋଷିକା କମ୍ ଅମ୍ଳଜାନ ଥିବା ପରିବେଶ ବା କେମିକାଲ ସମ୍ପର୍କରେ ଆସିଲେ ଡାଳିମ୍ବ ରସରେ ଥିବା ପ୍ରୋଟିନ୍ରୁ ଅମ୍ଳଜାନ୍ ଉତ୍ପନ୍ନ ହୋଇଥାଏ। କେବଳ ଏତିକି ନୁହେଁ ଡାଳିମ୍ବ ଜୁସ୍ ପିଇବା ଦ୍ୱାରା ଗର୍ଭସ୍ଥ ଶିଶୁର ମସ୍ତିଷ୍କ ମଧ୍ୟ ବିକଶିତ ହୁଏ। ପ୍ରତିଦିନ ୨୫୦ ଗ୍ରାମ ଡାଳିମ୍ବ ରସ ପିଉଥିବା ଗର୍ଭବତୀଙ୍କ ଗର୍ଭସ୍ଥ ଶିଶୁ ସୁସ୍ଥ ରହୁଥିବା ଗବେଷଣାରୁ ଜଣାପଡ଼ିଛି।

Comments are closed.