ଗୁଣ୍ଡିଚାଘାଗୀ ଜଳପ୍ରପାତରେ କବିତା ପାଠ ମଧ୍ୟରେ କବିତା ସଂକଳନ ‘ଡାକୁଛ ବୋଲି ଜାଣେ’ ଲୋକାର୍ପିତ 

ପାଟଣା : କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳ ଗୁଣ୍ଡିଚାଘାଗୀ ଜଳପ୍ରପାତ ନିକଟରେ ଗୁଞ୍ଜରିତ କବିତା ପାଠ ମଧ୍ୟରେ ଚର୍ଚ୍ଚା ରେ ଥିବା ଯୁବ କବି ଚିତ୍ତରଞ୍ଜନ ନାୟକଙ୍କ ଦ୍ବିତୀୟ କବିତା ସଂକଳନ “ଡାକୁଛ ବୋଲି ଜାଣେ” ଆଜି ଲୋକାର୍ପିତ ହୋଇଛି। ଟାଇମ୍ ପାସ୍ ପକ୍ଷରୁ ଅନୁଷ୍ଠିତ ଲୋକାର୍ପଣ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ଡକ୍ଟର ଅଜୟ ସ୍ୱାଇଁ, କବି ଚିତ୍ତରଞ୍ଜନ ନାୟକଙ୍କ “ଡାକୁଛ ବୋଲି ଜାଣେ” କୁ ଲୋକାର୍ପତ କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କବି ବିମଳ କୁମାର ଜେନା, ଘଟଗାଁ ବିଡିଓ ନାରାୟଣ ସାହୁ ଯୋଗ ଦେଇଥିବା ବେଳେ ସମୀକ୍ଷକ ଭାବେ ପଦ୍ମଜା ଶରଣ ଓ ସୁବ୍ରତ ଦାସ ଯୋଗ ଦେଇଥିଲେ।

ଟାଇମ୍ ପାସ୍ ର ନିର୍ଦେଶକ ସରୋଜ ବଳ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଏହି କବିତା ପୁସ୍ତକର ପ୍ରମୁଖ କବିତାକୁ କବିୟତ୍ରି ଐଶ୍ଵର୍ଯ୍ୟା ରାଉତଙ୍କ ସମେତ ଅନ୍ୟ କବି ମାନେ ପାଠ କରିଥିଲେ। କାର୍ଯ୍ୟ କ୍ରମରେ ଟାଇମ୍ ପାସ୍ ପକ୍ଷରୁ ମୁକୁନ୍ଦପୁର ପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡକ୍ଟର ମୁକ୍ତିକାନ୍ତ ନାୟକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ ବେହେରାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ବହୁ ବରିଷ୍ଠ , ଅଭିଜ୍ଞ ଓ ନିବାଗତ କବି ଓ ସାହିତ୍ୟ ପ୍ରେମୀ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Comments are closed.