ମୋଟର ଯାନ ସଂଶୋଧନ ଆଇନ ମଧ୍ୟରୁ ଗୋଟିଏ ନିୟମ ହେଲା କୋହଳ, ଜାଣନ୍ତୁ କେଉଁଟି ?

0

ଭୁବନେଶ୍ୱର: ଘରୁ ଗାଡି କାଢିବାକୁ ଲୋକମାନେ ଡରୁଥିବା ବେଳେ ସରକାରଙ୍କ ପକ୍ଷରୁ ମୋଟର ଯାନ ସଂଶୋଧନ ଆଇନ ଅନ୍ତର୍ଗତ ଗୋଟିଏ ନିୟମକୁ କୋହଳ କରି ଦିଆଯାଇଛି । ଆଜି ଠାରୁ ଠିକ୍‌ ମାସେ ପର୍ଯ୍ୟନ୍ତ ଅର୍ଥାତ୍‌ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଲୋକଙ୍କୁ ଆଉ ଜରିମାନା ଦେବାକୁ ପଡିବ ନାହିଁ । ପରିବହନ ବିଭାଗରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଅନୁଯାୟୀ ଟ୍ରାଫିକ ବ୍ୟବସ୍ଥା ଓ ଯାଞ୍ଚକୁ କଡାକଡି କରଯାଇଥିଲା। ଯାହାକୁ ନେଇ ଟ୍ବୁନ୍‌ ସିଟିରେ ଥିବା ବେପରୁଆ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଆଇନ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଚାଳକଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା। କେବଳ ସେତିକି ନୁହେଁ ମୋଟର ଯାନ ସଂଶୋଧନ ଆଇନ ଅନ୍ତର୍ଗତ ନିୟମ ଉଲଂଘନ କରୁଥିବା ଚାଳକଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡୁଥିଲା।

Leave A Reply