ମୃତ ପୋଲିଂ ସୁପରଭାଇଜରଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ 

ଭୁବନେଶ୍ବର : ମୃତ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲ ପରିବାରକୁ ସହାୟତା ମିଳିବ । ଗାଇଡଲାଇନ ଅନୁଯାୟୀ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ତାଙ୍କ ପରିବାରକୁ ମିଳିବ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

ସୂଚନାଯୋଗ୍ୟ, କନ୍ଧକାଳ ଜିଲା ଗୋଛାପଡ଼ା ଥାନା ବାରାଲା ଗ୍ରାମ ନିକଟରେ ବୁଧବାର ମାଓବାଦୀଙ୍କ ଗୁଳିମାଡ଼ରେ ପୋଲିଂ ସୁପରଭାଇଜରଙ୍କ ସଂଯୁକ୍ତା ଦିଗାଲ ମୃତ୍ୟୁ ଘଟିଥିଲା । ଲ୍ୟାଣ୍ଡମାଇନ୍ ଥିବା ସନ୍ଦେହରେ ଗାଡ଼ି ରଖି ଠିଆ ହୋଇଥିବା ବେଳେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।

Comments are closed.