ଡ୍ୟୁଟି ସମୟରେ ପୋଲିଂ ଅଧିକାରୀ ମୃତ

ଘସିପୁରା: ନିର୍ବାଚନ ଡ୍ୟୁଟି ସମୟରେ ପୋଲିଂ ଅଫିସରଙ୍କ ଚାଲିଗଲା ଜୀବନ । ସୂଚନା ଅନୁସାରେ ଆନନ୍ଦପୁର ଓ ଘସିପୁରା ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ଶାଳପଡା ମହିଳା ମହାବିଦ୍ୟାଳୟ ଠାରେ ହୋଇଥିବା ଇଭିଏମ ବିତରଣ କେନ୍ଦ୍ରରେ ଜଣେ ଚତୁର୍ଥ ପୁଲିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରେଇ ବି. ଏନ. ହାଇସ୍କୁଲର କର୍ମଚାରୀ ଅଭୟ କୁମାର ସେଠୀ । ତିଳୋତ୍ତମା ଆନନ୍ଦପୁର ବୁଥ ନଂ ୧୪୯ ବୁଥରେ ଅଭୟଙ୍କର ଡ୍ୟୁଟି ଥିବାରୁ ରବିବାର ଦିନ ଭୋଟ ସାମଗ୍ରୀ ସଂଗ୍ରହ ପାଇଁ ଆସିଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଯାଇଥିଲେ । ଡାକ୍ତରୀ ଦଳ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed.