ବିଧାନସଭାରେ ଉଠିଲା ପୋଲାଭରମ ପ୍ରସଙ୍ଗ

ଭୁବନେଶ୍ଵର: ଶୁକ୍ରବାର ବିଧାନସଭାରେ ପୋଲାଭରମ ପ୍ରସଙ୍ଗ ଉଠିଛି। ପୋଲାଭରମ ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ର ସରକାର ୨ବର୍ଷ ପାଇଁ ଅନୁମତି ଦେଇଥିବାରୁ ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ଶାସକ ଦଳ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ପୁଣି ଦୁଇବର୍ଷ କାମ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ୟୁପିଏ ସରକାର ଯାହା ଥିଲା, ଏନଡିଏ ତାହା ବୋଲି ଦେବୀ ମିଶ୍ର କହିଥିଲେ। ସେହିପରି ବିରୋଧୀ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ବିଧାନସଭାରେ ୨ଥର ପ୍ରସ୍ତାବ ଆସିଲା, କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ସେ ଦାବି କରିଥିଲେ। ସେ କହିଥିଲେ, ବାଚସ୍ପତି ନିଜେ ଯାଆନ୍ତୁ। ସମସ୍ତେ କାମ ବନ୍ଦ କରିବା ପାଇଁ ପଦକ୍ଷେପ ନେବା। ବିଜେଡି ଏହାକୁ ନେଇ ରାଜନୀତି କରୁଥିଲା। କିନ୍ତୁ ସଫଳ ହୋଇନାହିଁ। ବିଜେପି-ବିଜେଡି ମିଶିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରନ୍ତୁ ବୋଲି ତାରା ବାହିନୀପତି ଦାବି କରିଥିଲେ।

Comments are closed.