ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ସିଇସିଙ୍କ ସମୀକ୍ଷା

0

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ କମିଶନର୍‍ ଓ.ପି. ରାୱତ ସମୀକ୍ଷା କରିଛନ୍ତି। ସିଇସିଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଏକ ଦଳ ଗୁରୁବାର ରାୟପୁରଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରଥିଲେ। ପରେ ଜିଲ୍ଲାସ୍ତରୀୟ ରିଟର୍ଣ୍ଣିଂ ଅଧିକାରୀ, ଏସ୍‍ପି, ଆଇଜି ଓ ଡିଆଇଜିମାନଙ୍କ ସହ ଅପରାହ୍ଣରେ ପୃଥକ୍‍ ପୃଥକ୍‍ ବୈଠକରେ ଆଲୋଚନା କରିଛନ୍ତି। ଛତିଶଗଡ଼ରେ ନଭେମ୍ବର ୧୨ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଇବାପାଇଁ ଶ୍ରୀ ରାୱତ ରାଜ୍ୟ ପୁଲିସ୍‍ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ସମନ୍ୱୟ ରକ୍ଷାକାରୀ ନୋଡାଲ୍‍ ଅଧିକାରୀମାନଙ୍କ ସହ ମଧ୍ୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।  ସୂଚନାଯୋଗ୍ୟ ନଭେମ୍ବର ୧୨ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply