ଦେବ୍ରିଗଡ଼ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

ସମ୍ବଲପୁର: ଦେବ୍ରିଗଡ଼ ଅଭୟାରଣ୍ୟରୁ ୩ ଜଣ ଶିକାରୀ ଗିରଫ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହୀରାକୁଦ ବନ୍ୟଜନ୍ତୁ ଡିଭିଜନର ରାତ୍ରି ପାଟ୍ରୋଲିଂ ଟିମ୍ ଏମାନଙ୍କୁ ଗିରଫ କରିଛି। ଦେବ୍ରିଗଡ଼ ଅଭୟାରଣ୍ୟର ରେଙ୍ଗାଲି ବିଟ୍ ନିକଟରୁ ଧରାପଡ଼ିଥିବା ଏହି ୩ ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଛୁରୀ, କୁରାଢ଼ି ଏବଂ ଦିଆସିଲି ଆଦି ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା କୁକେଟିରାର ସୁଭାସ ଗର୍ଡିଆ(୪୭), ବରଗଡ଼ ଜିଲ୍ଲା ରେଙ୍ଗାଲି ଗ୍ରାମର ରଘୁପତି ଧାରୁଆ(୫୨) ଓ ଦିଗମ୍ବର ସାହୁ (୪୬)। ଗିରଫ ପରେ ସେମାନଙ୍କୁ ଆଜି ଅତାବିରା କୋର୍ଟକୁ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ରାତି ପାଟ୍ରୋଲିଂ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗୋଡ଼ାଉଥିବା ବେଳେ ସେମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ମାତ୍ର ଶେଷରେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

 

Comments are closed.