ରାଜ୍ୟ ରାଜନୀତିରେ ବିବାଦ: ନବୀନଙ୍କ ଅଭିଯୋଗ – ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ କରୁଛନ୍ତି ବୈଜୟନ୍ତ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବିଜେପିର କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗୁଜବ ପ୍ରଚାର କରୁଥିବା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତା ବୈଜୟନ୍ତଙ୍କ ବିରୁଦ୍ଧରେ ନବୀନଙ୍କ ଏଭଳି ଅଭିଯୋଗ ରାଜ୍ୟର ପ୍ରାକ ନିର୍ବାଚନୀ ପରିସ୍ଥିତିକୁ ସରଗରମ କରିଛି। ପଶ୍ଚିମ ଓଡିଶାକୁ ସୋମବାର ନିର୍ବାଚନ ପ୍ରଚାରରେ ଯିବା ପୂର୍ବରୁ ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି, ‘ଆମର ଜଣେ ପୂର୍ବତନ ସାଂସଦ ରାଜନୈତିକ ଫାଇଦା ପାଇଁ ଏଭଳି ଗୁଜବ ପ୍ରଚାର କରୁଥିବା ମୁଁ ନିଶ୍ଚିତ’। ସେହି ସାଂସଦ ଜଣଙ୍କ ବୈଜୟନ୍ତ ପଣ୍ଡା ହୋଇପାରନ୍ତି କି’ ପ୍ରଶ୍ନରେ ଚାରି ଚାରି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ନବୀନ ସମ୍ମତି ଜଣାଇଛନ୍ତି। ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ବନ୍ଦତା କରୁଥିବା ୭୨ ବର୍ଷୀୟ ନବୀନ ପଟ୍ଟନାୟକ, ବୈଜୟନ୍ତ ତାଙ୍କ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ଏଭଳି କରୁଥିବା କହିଛନ୍ତି। ପୂର୍ବତନ ସାଂସଦ ବୈଜୟନ୍ତ ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ପାଇଁ ଚେଷ୍ଟା କରୁଥିବା ସେ କହିଛନ୍ତି।

Credit – NDTV

ତେବେ ବୈଜୟନ୍ତ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଟ୍ୱିଟର ପୋଷ୍ଟରେ କହିଛନ୍ତି, ଏହା ହାସ୍ୟାସ୍ପଦ ଏବଂ ମିଥ୍ୟା। ବୈଜୟନ୍ତ ଟ୍ୱିଟର ପୋଷ୍ଟରେ ନବୀନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ପ୍ରଭୁ ଜଗନ୍ନାଥ ତାଙ୍କୁ ଉଚିତ ମାର୍ଗ ଦର୍ଶନ ଦିଗରେ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Credit – Twitter
Credit – Twitter

ସୋମବାର ବୈଜୟନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏଭଳି ଅଭିଯୋଗ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଉପକୂଳ ଓଡ଼ିଶାରେ ବିଜେଡି ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ାରୁ ଲଢ଼ୁଥିବା ବୈଜୟନ୍ତ ବିଜେଡି ଟିକେଟରୁ ଦୁଇଥର ରାଜ୍ୟସଭାକୁ ଏବଂ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ରେ ଦଳରୁ ଇସ୍ତଫା ଦେବାପରେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଶୁକ୍ରବାର ଦିନ ବିଜେଡି ପକ୍ଷରୁ ଜାରି କରାଯାଇଥିବା ଏକ ବ୍ୟାୟାମ ଭିଡିଓରେ ମୁଖ୍ୟମନ୍ତ୍ରୀ ‘ମୁଁ ଓଡ଼ିଶାର ଜନସାଧାରଙ୍କ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ’ ବୋଲି କହୁଥିବାର ଦେଖାଯାଇଥିଲା ଯାହାକୁ ନେଇ ସେବେଠାରୁ ଆରୋପ ପ୍ରତ୍ୟାରୋପ ଲାଗିରହିଥିଲା।

୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

Comments are closed.