ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ନାମାଙ୍କନପତ୍ର ଦାଖଲକୁ ଗୋଟିଏ ଦିନ ବାକି

ବିହାରରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଗୋଟିଏ ଦିନ ବାକି ଥିବା ବେଳେ ରାଜନୈତିକ ଗତିବିଧି ଚଳଚଂଚଳ ହୋଇଛି। ଏପର୍ଯ୍ୟନ୍ତ ୫୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ଦିନ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୮ରେ ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ।

ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଜନତା ଦଳ ୟୁନାଇଟେଡ, ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିବା ଆରମ୍ଭ କରିଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ଦୁଇ ପ୍ରମୁଖ ଭାଗିଦାର ଗତକାଲି ନିଜର ଆସନ ଘୋଷଣା କରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଭାରତୀୟ ଜନତା ପାର୍ଟି ୧୨୧ଟି ଆସନ ଏବଂ ଏହାର ସହଯୋଗୀ ଜନତା ଦଳ ୟୁନାଇଟେଡ ୧୨୨ଟି ଆସନରେ ପ୍ରାର୍ଥୀ ଦେବେ।

ଅନ୍ୟପକ୍ଷରେ ମହାଗଠବନ୍ଧନରେ ରାଷ୍ଟ୍ରୀୟ ଜନତା ଦଳ ୧୪୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସ ୧୭୦ଟି ଆସନରେ ପ୍ରାର୍ଥୀ ଦେବ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏବଂ ମହାଗଠବନ୍ଧନର ନୂତନ ସହଯୋଗୀ ସିପିଆଇ (ଏମଏଲ୍) ମୋଟ ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

Comments are closed.