ବିଜେପି ସରକାର ନୀତି, ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ: ସୀତାରାମ ୟେଚୁରୀ

ଡେସ୍କ: ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତରେ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକୀୟ ପ୍ୟାନେଲର ରିପୋର୍ଟକୁ ଖାରଜ କରିବା ସହ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ ବିଜେପି ସରକାରଙ୍କ ନୀତି ହେଉଛି ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ।

ୟେଚୁରୀ ଅଭିଯୋଗ କରି କହିଛନ୍ତି, ବିଜେପି ସରକାରଙ୍କ ନୀତି ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ। ଏହି ସରକାର ଗୋଟିଏ ପଟେ ଆମ ଦେଶରେ ଗଣତନ୍ତ୍ର ଅଛି ବୋଲି କହୁଥିବା ବେଳେ ଦେଶ ଭିତରେ ଗଣତାନ୍ତ୍ରିକ ଅଧିକାରକୁ ଖଣ୍ଡନ କରୁଛନ୍ତି। ସିପିଆଇଏମ୍ ସାଧାରଣ ସଚିବ ଆହୁରି କହିଛନ୍ତି ଯେ ଦେଶ ଉପରେ ଆଧାରିତ ସମସ୍ତ ବିଦେଶୀ ରିପୋର୍ଟକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ଅଗ୍ରାହ୍ୟ କରି ୟେଚୁରୀ କହିଛନ୍ତି ଯେ ଏହି ସରକାର ଦେଶ ଭିତରେ ସମ୍ବିଧାନ ପ୍ରଦତ୍ତ ମାନବିକ ଅଧିକାର ଓ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।

Comments are closed.