ଶିଶୁକୁ ବର୍ବର ଭାବେ ହତ୍ୟାଘଟଣା, ୫ ପୁଲିସ କର୍ମଚାରୀ ନିଲମ୍ବିତ

ଲକ୍ଷ୍ମୌ .- ଉତ୍ତରପ୍ରଦେଶର ତପ୍ପଲା ସହରରେ ଏକ ଅଢେଇ ବର୍ଷର ଶିଶୁକୁ ବର୍ବର ଭାବେ ହତ୍ୟା କରାଯିବା ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନାବାଳିକାର ହାତ କାଟି ଦେବା ସହ ତାହାର ଆଖିକୁ ତାଡି ଅତି ବର୍ବର ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ନାବାଳିକାର ପଡୋଶୀ , ଜାହିଦ ଓ ଅସଲମ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି ।

ନାବାଳିକା ନିଖୋଜ ହେବା ପରେ ଘର ଲୋକ ଏହି ଘଟଣା ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ଟଙ୍କା ଧାର ଘଟଣାକୁ ନେଇ ଏହି ଅଭିଯୁକ୍ତମାନେ ନାବାଳିକା ଶିଶୁର ପରିବାର ଉପରେ ରାଗ ରଖିଥିଲେ । ପରେ ଶିଶୁଟିକୁ ବର୍ବର ଭାବେ ହତ୍ୟାକରି ଏକ ଡଷ୍ଟବିନ୍‌ ରେ ଫିଙ୍ଗି ଦେଇଥିଲେ । କୁକୁରମାନେ ଏକ ଶିଶୁର ଶରୀରକୁ ଝୁଣି ଖାଉଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ ।

ପରେ ପୁଲିସ ପରିବାର ଲୋକଙ୍କର ବୟାନ ଓ ଅଧିକ ତଦନ୍ତ କରି ଜାହିଦ ଓ ଅସଲମକୁ ଗିରଫକରିଥିଲା । ଏହି ଅଭିଯୁକ୍ତମାନେ ଗଳାଚିପି ହତ୍ୟା କରିବା ପରେ ଶିଶୁର ଆଖି ତାଡି ଦେଇଥିବା କଥା ସ୍ୱୀକାର କରିଛନ୍ତି । ଏହି ଘଟଣାରେ ଜଣେ ଇନିସ୍‌ପେକ୍ଟର, ତିନିଜଣ ସବ୍‌ ଇନିସ୍‌ପେକ୍ଟର ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ଅଲିଗଡର ବରିଷ୍ଠ ପୁଲିସ ଅଧୀକ୍ଷକ ଆକାଶ କୁଲହାରୀ ଏ ବିଷୟରେ ସୂଚନା ଦେଇଛନ୍ତି ।
ଏହି ଘଟଣା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲିଉଡ୍‌ର ଅନେକ ସିନେତାରକା ଏ ବିଷୟରେ ସାମାଜିକ ଗଣାମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶରେ ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାର ଏହି ଘଟଣାର ସ୍ୱତନ୍ତ୍ର ଅୁସନ୍ଧାନ ନିର୍ଦେଶ ଦେଇଛନ୍ତି । ନାବିଳାକାର ପରିବାର ଲୋକ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

Comments are closed.