ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା ଭିଡ଼ିଓ ଭାଇରାଲ; ପୁଲିସ କର୍ମଚାରୀ ନିଲମ୍ବିତ

ମହାପ୍ରଭୁଙ୍କ ମାଉସୀ ଘର ନଡ଼ିଆ ବାରିରେ ପରିସ୍ରା କରି ଅଡ଼ୁଆରେ ପଡ଼ିଛନ୍ତି ପୁଲିସ ବାବୁ । ସୋସିଆଲ ମିଡ଼ିଆରେ ବାବୁଙ୍କ ସାନପାସ୍ ଭିଡ଼ିଓ ଭାଇରାଲ ହେବା ପରେ ପ୍ରଶାସନ ତାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଗନ୍ନାଥ ମନ୍ଦିର ପୁଲିସ କର୍ମଚାରୀ ସୁଦର୍ଶନ ସାହୁଙ୍କୁ ନିଲମ୍ବିତ କରିଛନ୍ତି ।

ଶ୍ରୀ ସାହୁ ଗୁଣ୍ଡିଚା ମନ୍ଦିର ପଛପଟେ ଥିବା ବାରିରେ ପରିସ୍ରା କରୁଥିବା ଭିଡ଼ିଓକୁ କେହି ଜଣେ ସୋସିଆଲ ମିଡ଼ିଆରେ ଅପଲୋଡ଼୍ କରି ଦେଇଥିଲା । ମନ୍ଦିର ପରିସରରେ ଖୋଲାରେ ସାନପାସ୍ ଯିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ତାଙ୍କୁ ନିଲମ୍ବନ କରାଯାଇଛି ।

Comments are closed.