ବାଇଶି ପାହଚରେ ସେଲଫି ନେଇ ପୁଲିସ କର୍ମଚାରୀ ନିଲମ୍ବିତ

0

ପୁରୀ: ଶ୍ରୀମନ୍ଦିରର ଫଟୋ ଉଠାଇ ଭାଇରାଲ କରିବା ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀ ହେଲେ ସମୁଦ୍ରକୂଳ ଥାନା ଆସିଷ୍ଟାଣ୍ଡ ସବଇନସ୍ପେକ୍ଟର୍‌ ଦିଲ୍ଲୀପ ପଣ୍ଡା । ସୋମବର ମହାଳୟା ଅବସରରେ ପିତୃପକ୍ଷଙ୍କୁ ପିଣ୍ଡଦାନ ପରେ ଶ୍ରୀମନ୍ଦିର ବାଇଶି ପାହାଚ ଓ ମୁଖ୍ୟଦ୍ବାର ନିକଟରେ ଫଟୋ ଉଠାଇଥିଲେ । ପରେ ଏହି ଫଟୋକୁ ସେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଶ୍ରୀମନ୍ଦିରେ ମୋବାଇଲ ପ୍ରବେଶ ନିଷିଦ୍ଧ କରାଯାଇଥିବା ବେଳେ ଫଟୋ ଉଠା ଉପରେ କଟକଣା ଜାରି କରାଯାଇଛି । ତେବେ କଟକଣା ସତ୍ତ୍ବେ ପୁଲିସ ବାବୁ କଭଳି ମୋବାଇଲ ଫୋନ୍ ଶ୍ରୀମନ୍ଦିର ମଧ୍ୟକୁ ନେଇ ଫଟୋ ଉଠାଇ ଭାଇରାଲ କରିଥିଲେ ସେନେଇ ସାଧରଣରେ ପ୍ରଶ୍ନ ଉଠିଥିଲା। ଏହା ସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।

Leave A Reply