ଥାନାରେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଥାନାଧିକାରୀ ଗିରଫ

0

ନୂଆଦିଲ୍ଲୀ : ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଲାଗି ସରକାର ଆଇନକୁ କଡ଼ାକଡ଼ି କରିବା ସହ ମହିଳାଙ୍କ ସୁରକ୍ଷା ଦିଗରେ ସଜାଗ ରହିବା ଲାଗି ପୁଲିସ ଓ ପ୍ରଶାସନକୁ ତାଗିଦ କରୁଛନ୍ତି। କିନ୍ତୁ ଯଦି ପୁଲିସ କର୍ମଚାରୀ ନିଜେ ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାନ୍ତି ତା’ହେଲେ କହିବା କାହାକୁ? ବାଡ଼ ଯଦି କ୍ଷେତ ଖାଏ ତେବେ କହିବା କାହାକୁ? ଠିକ୍‌ ଏହି ଅନୁରୂପ ଏକ ଘଟଣା ଘଟିଛି ଆସାମରେ। ଏଠାକାର ହାଜୋ ଅନ୍ତର୍ଗତ ରାମଡିଆ ଥାନା ଭିତରେ ଜଣେ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଥାନାଧିକାରୀ ବିନୋଦ କୁମାର ଦାସ ନିଜେ ଏହି ଅପରାଧ ଘଟାଇଛନ୍ତି। ପୀଡ଼ିତା ମହିଳାଙ୍କ ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରି ତାଙ୍କୁ ଗିରଫ କରିଛି। ବଳାତ୍କାର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ କଠୋର ଦଣ୍ଡ ଦେବାକୁ କହିଛନ୍ତି। ଏଥିସହ ପୁଲିସରେ ନିଯୁକ୍ତି ବେଳେ ପ୍ରାର୍ଥୀମାନଙ୍କ ମାନସିକ ସ୍ଥିତିକୁ ଗୁରୁତ୍ୱର ସହିତ ଯାଞ୍ଚ କରିବା ଲାଗି ସେ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

Leave A Reply