ଥାନା ଛାତରୁ ଡେଇଁ ଗଞ୍ଜେଇ ମାଫିଆ ଫେରାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଛାତରୁ ଡେଇଁ ଜଣେ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିବା ଜଣାପଡିଛି। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ରା. ଉଦୟଗିରି ଅଂଚଳର ଜଣେ ଗଞ୍ଜେଇ ଚୋରା ଚାଲାଣରେ ଅଭିଯୁକ୍ତ ମାଫିଆ ଝାଡ଼ା ଯିବାକୁ କହି କୋଠରୀରୁ ବାହାରି ଜଣେ କନେଷ୍ଟବଳ ଓ ହୋମଗାର୍ଡଙ୍କୁ ଧକ୍କା ମାରି ଥାନାର ଦୁଇ ମହଲା କୋଠା ଉପରକୁ ଦୌଡ଼ି ପଳାଇ ତଳକୁ ଡେଇଁ ପଡ଼ି ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲା। ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଯୁକ୍ତର ପତ୍ତା ପାଇପାରି ନ ଥିବା ଜଣାପଡିଛି। ମୋହନା ଥାନା ପରିସରରୁ ଏଭଳି ଜଣେ ଅଭିଯୁକ୍ତ ଫେରାର ହେବ। ପ୍ରଥମ ଘଟଣା । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇ ଥିବାବେଳେ ଖୁବ୍ ଶୀଘ୍ର ଗଞ୍ଜେଇ ମାଫିଆକୁ ଧରାଯିବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।

Comments are closed.