ସଟଡାଉନରେ ଚେକିଂ ସମୟରେ ଅଟୋ ଧକ୍କାରେ ହାବିଲଦାର ଗୁରୁତର

ଭୁବନେଶ୍ୱର : ଆଜି ସଟଡାଉନ ସମୟରେ ଚେକିଂ ବେଳେ ଜଣେ ହାବିଲଦାର ଦୁର୍ଘଟଣାର ଶିକାର ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଚେକିଂ ସମୟରେ ଏକ ଅଟୋ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି। ଅଟୋ ଚାଳକକୁ ମଧ୍ୟ ଅଟକ ରଖାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ରାଜଧାନୀରେ ଟ୍ରାଫିକ ଚେକିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଉକ୍ତ ଅଟୋ ଚାଳକ କଟକଣା ଭାଙ୍ଗି ଯିବାକୁ ଉଦ୍ୟମ କରୁଥିବା ସମୟରେ ହାବିଲଦାର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ସେ ଧକ୍କା ଦେଇ ଉକ୍ତ ସ୍ଥାନରୁ ଖସି ପଳାଇଥିଲେ ବୋଲି ସୂଚନା ମିଳିଛି।

 

Comments are closed.