ବୁଗୁଡ଼ା ଥାନାରେ ଆଇନଜୀବୀଙ୍କୁ ମାଡ ଅଭିଯୋଗ

0

ଗଞ୍ଜାମ : କଟକରେ ପୁଲିସ-ଆଇନଜୀବୀ ବିବାଦ ତୁଟି ନାହିଁ। ଓକିଲ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ  ପୁଲିସ ମାଡ଼ ମାରିବା ଘଟଣାରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ବୁଗୁଡା ଥାନାରେ ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଆଇନଜୀବୀଙ୍କ ନାମ ହର ପ୍ରସାଦ ଦାଶ। ସେ କୌଣସି ମାମଲାର ଆଲୋଚନା ପାଇଁ ଥାନାକୁ ଯାଇଥିଲେ। ଆଲୋଚନା ବେଳେ ଯୁକ୍ତିତର୍କ ହେବାରୁ ପୁଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply