ଲକଡାଉନ ଉଲ୍ଲଂଘନ କରିବାରୁ ଯୁବକଙ୍କୁ ଗୁଳି

ଆବୁଜା: କରୋନା ଭୁତାଣୁକୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ଭୂତାଣୁକୁ ଅଟକାଇବା ଲାଗି ବିଶ୍ବର ବିଭିନ୍ନ ଦେଶ ଲକଡାଉନ ଏବଂ କର୍ଫ୍ୟୁ ଭଳି ନିୟମ ଲାଗୁ କରୁଛନ୍ତି। କିନ୍ତୁ ଲୋକେ ତାହାକୁ ଠିକ ଭାବେ ପାଳନ କରୁ ନ ଥିବାରୁ ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ତେବେ ନାଇଜେରିଆରେ ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏଠାରେ ଜଣେ ଯୁବକ ଲକଡାଉନ ନିୟମ ନ ମାନିବାରୁ ପୁଲିସ ତାଙ୍କୁ ଗୁଳି କରିବାକୁ ବାଧ୍ୟ ହୋଇଛି। ସ୍ଥାନୀୟ ପୁଲିସ ଏବଂ ଜନପ୍ରତିନିଧି ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନାଇଜେରିଆରେ କରୋନା ଭୂତାଣୁକୁ ରୋକିବା ଲାଗି ଦେଶର ବଡ଼ ବଡ଼ ସହରକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୧୮୪ ଜଣ ସଂକ୍ରମିତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.