ତୋରାଣୀପୋଖରୀରେ ଚଢ଼ାଉ, ହାଣ୍ଡିଆ ଢାଳିଲା ପଚ ନଷ୍ଟ କଲା ପୁଲିସ

ପାଟଣା: ତୋରାଣୀପୋଖରୀ ପଞ୍ଚାୟତରେ ଘଟଗାଁ ପୋଲିସର ଅଚାନକ ଚଢ଼ାଉ। ଘଟଗାଁ ପୋଲିସ ସବ ଇନ୍ସପେକ୍ଟର ଅନିଲ କୁମାର ସାମଲଙ୍କ ନେତୃତ୍ୱରେ ଚଢ଼ାଉ କରି ବ୍ୟାପକ ପରିମାଣର ପୋଚ ନଷ୍ଟ କରିବା ସହ ୫୦ରୁ ଉର୍ଦ୍ଧ୍ୱ ହାଣ୍ଡିଆ ହାଣ୍ଡି ଢାଳି ନଷ୍ଟ କରିଛନ୍ତି। ଏହା ଛଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ଦ୍ୱାରା ଚୋରା ମହୁଲି ପ୍ରସ୍ତୁତକାରୀଙ୍କ ଠାରୁ ଜବତ କରାଯାଇଥିବା ମହୁଲ ପୋଚକୁ ମଧ୍ୟ ନଷ୍ଟ କରାଯାଇଛି।

ତୋରାଣୀପୋଖରୀ ଓ ଏହାର ଆଖପାଖ ଗ୍ରାମରେ ବ୍ୟାପକ ଚୋରାମଦ ପ୍ରସ୍ତୁତି କରାଯାଉଥିବାରୁ ପ୍ରତ୍ୟେକ ଗ୍ରାମରେ ନାନାଦି ବିଶୃଙ୍ଖଳା ସୃଷ୍ଟି ହେଉଥିବା ଓ ନାନାଦି ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ଦ୍ଵାରା ଚୋରା ମଦ ପ୍ରସ୍ତୁତକାରୀଙ୍କ ଉପରେ ଚଢ଼ାଉ ଘଟଣା ଓ ପୋଲିସର ଚଢ଼ାଉ ଯୋଗୁଁ ମଦ ପ୍ରସ୍ତୁତକାରୀମାନେ ଛାନିଆଁ ହୋଇପଡିଛନ୍ତି।

Comments are closed.