ସକିଲର ତୃତୀୟ ପ୍ରେମିକାକୁ ଖୋଜୁଛି ପୁଲିସ

ଭୁବନେଶ୍ୱର: ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଥିବା ସକିଲର ତୃତୀୟ ଗର୍ଲଫ୍ରେଣ୍ଡ ବା ପ୍ରେମିକାକୁ ଖୋଜୁଛି ପୁଲିସ। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଛି। ପୂର୍ବରୁ ସକିଲର ଦୁଇ ଜଣ ପ୍ରେମିକାକୁ ପୁଲିସ ଗିରଫ କରିସାରିଛି। ସକିଲର ସହଯୋଗୀ ତଥା ପ୍ରେମିକା କୁହାଯାଉଥିବା ଡେଜି ଓରଫ ନସରିନ୍ ଖାଁକୁ ଗତ ୧ ତାରିଖରେ ପୁଲିସ ଗିରଫ କରିଥିଲା। ପରେ ମଙ୍ଗଳବାଗ ଥାନା ଅନ୍ତର୍ଗତ କେଶରପୁର ଅଞ୍ଚଳର ରେଶମଙ୍କୁ ଶୁକ୍ରବାର ଦରଘା ବଜାର ପୁଲିସ ଗିରଫ କରିଥିଲା। ଜାମିନ ଖାରଜ ହେବା ପରେ ରେଶମଙ୍କୁ ମଧ୍ୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାର ପୁଲିସ ସକିଲର ବାପା ଓ ଦୁଇ ପ୍ରେମିକା ସମେତ ​ମୋଟ ୮ ଜଣଙ୍କୁ ଗିରଫ କରିଛି। ​

Comments are closed.