ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଦମନ ଅପରେସନ ଜୋରଦାର: ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

ମାଲକାନଗିରି: ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଦମନ ଅପରେସନକୁ ଜୋରଦାର କରାଯାଇଛି। ଓଡ଼ିଶା ପୁଲିସ, ବିଏସଏଫ, କୋବ୍ରା ଏବଂ ଆନ୍ଧ୍ର ପୁଲିସ ପକ୍ଷରୁ କରାଯାଇଥିବା ଏହି ଅପରେସନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୁଲିସର ଏହି ସଫଳତା ମାଓବାଦୀଙ୍କ ଦେଶ ବିରୋଧୀ ତଥା ବିଧ୍ୱଂସାତ୍ମକ କାର୍ଯ୍ୟକଳାପ ପ୍ରତି ଏକ ଶକ୍ତ ଧକ୍କା।

ଏହା ସନ୍ଦେହ କରାଯାଏ ଯେ, ଉଦ୍ଧାର କରାଯାଇଥିବା ଏହି ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଆଦି ସିପିଆଇ(ମାଓବାଦୀ) ସଙ୍ଗଠନର ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ଦ୍ୱାରା ଲୁଚାଇ ରଖାଯାଇଥିଲା। ଏଗୁଡ଼ିକୁ ଜବତ କରାଯିବା ପରେ ସ୍ୱାଭିମାନ ଅଞ୍ଚଳରେ ପୁଲିସ ତରଫରୁ ତଲାସି ଏବଂ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରାଯାଇ ମାଓବାଦୀଙ୍କ ଦ୍ୱାରା ଲୁକ୍କାୟିତ ଭାବେ ଗଚ୍ଛିତ ଅଧିକ ଅସ୍ତ୍ରଶସ୍ତ୍ର ତଥା ସାମଗ୍ରୀ ଜବତ ପାଇଁ ପ୍ରୟାସ ଜାରି ରହିଛି।

Comments are closed.