ନିଖୋଜ ‘ପିହୁ’ ପାଇଁ ପୋଷ୍ଟର ମାରିଲା ପୁଲିସ

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଗ୍ରାମର ୨ ବର୍ଷିୟ ଶିଶୁକନ୍ୟା ପିହୁ ନିଖୋଜ ଘଟଣାରେ ଆଜି ପୁଲିସପକ୍ଷରୁ ପୋଷ୍ଟର ଜାରି କରାଯାଇଛି। ନିଖୋଜ ପିହୁ ସମ୍ପର୍କରେ ପୁଲିସକୁ ଖବର ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ପୋଷ୍ଟର ଆଜି ମଧୁସୂଦନପୁର ଗ୍ରାମଠାରୁ ଆରମ୍ଭ କରାଯାଇ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଲଗାଯାଇଛି। ଅନ୍ୟ ପକ୍ଷରେ ଆଜି ବିଞ୍ଝାରପୁର ଥାନା ଆଇଆଇସି ନିରଞ୍ଜନ ଶବରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ପିହୁ ଘର ସଲଗ୍ନ ଏକ ପୋଖରୀରୁ ପାଣି ଶୁଖାଇ ଖୋଜାଖୋଜି କରୁଛନ୍ତି।