ଥାନା ଚକାଚକ୍‌, ଫାଣ୍ଡିକୁ ଉପେକ୍ଷା

ଭୁବନେଶ୍ୱର : କମିସନରେଟ ପୁଲିସ ପ୍ରତିଷ୍ଠା ହେବାର ଇତିମଧ୍ୟରେ ୧୨ବର୍ଷ ଅତିକ୍ରାନ୍ତ େହାଇଛି। ଏହି ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ମଧ୍ୟ େହାଇଛି। ୧୨ବର୍ଷ ଭିତରେ ପୁଲିସକୁ ଅନେକ ସଫଳତା ମଧ୍ୟ ମିଳିଛି, ଏହାସହିତ ଦାୟିତ୍ବ ମଧ୍ୟ ବଢ଼ିଛି। ନୂଆ ନୂଆ ଯୋଜନା ଆରମ୍ଭ କରାଯିବା ସହ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରହିଛି। ଥାନାକୁ ଆସିବାକୁ ଯେପରି ସାଧାରଣ ଲୋକେ ଭୟ ନ କରିବେ ସେ ଦିଗରେ ଯତ୍ନବାନ ହେବାକୁ ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦିଆଯାଉଛି। ସେଥିପାଇଁ ଥାନାର କଳେବର ପରିବର୍ତ୍ତନ କରାଯାଇଛି। ଭିତ୍ତିଭୂମି ବିକାଶ ତଥା ସୌନ୍ଦର୍ଯ୍ୟକରଣକୁ ଯେତିକି ଗୁରୁତ୍ବ ଦିଆଯାଉଛି େସହି ଅନୁସାରେ ଥାନା ଅଧୀନରେ ଥିବା ଫାଣ୍ଡିକୁ ଗୁରୁତ୍ବ ଦିଆଯାଉ ନାହିଁ। ଅନେକ ଫାଣ୍ଡିର ନିଜସ୍ବ ଗୃହ ନ ଥିବା ବେଳେ ଆଉ େକତେକ ଅବହେଳିତ ହୋଇ ପଡ଼ିରହିଛି। ଆଉକିଛି ଫାଣ୍ଡି ଏମିତି ଅବସ୍ଥାରେ ଅଛି ଯେସାଧାରଣ ଲୋକଟିଏ ଜାଣିପାରିବ ନାହିଁ ଏହା ଗୋଟିଏ ପୁଲିସ ଫାଣ୍ଡି ବୋଲି।

ସୂଚନାଯୋଗ୍ୟ, ବର୍ତ୍ତମାନ ଭୁବନେଶ୍ବର କମିସନରେଟ ପୁଲିସ ଅଞ୍ଚଳରେ ଦୁଇଟି ଟ୍ରାଫିକ୍‌ ଓ ଗୋଟିଏ ଏନର୍ଜି ଥାନାକୁ ମିଶାଇ ୨୫ଟି ଥାନା ଥିବା ବେଳେ ୩୦ଟି ଫାଣ୍ଡି ଅଛି। ପ୍ରାୟ ଥାନା ଅଧୀନରେ ଫାଣ୍ଡି ରହିଥିଲା ବେଳେ ଅଧିକାଂଶ ଫାଣ୍ଡିର ନିଜସ୍ବ ଗୃହ ନାହିଁ। କେବଳ ଗୁରୁତ୍ବ ବହନ କରୁଥିବା କିଛି ଫାଣ୍ଡିର ନିଜସ୍ବ ଗୃହ ନ ଥିବା ବେଳେ ସେଗୁଡ଼ିକ ଭଡ଼ାଘରେ ଚାଲୁଛି। ତେବେ ଗତ ୩ବର୍ଷ େହବ ପାହାଳ ଓ ଯାଁଳା ଫାଣ୍ଡି ନିଜସ୍ବ ଗୃହରେ କାର୍ଯ୍ୟ କରୁଛି। ମେଣ୍ଢାଶାଳ, ବନମାଳିପୁର, ଭିଏସ୍‌ଏସ୍‌ ନଗର, େକଦାରଗୌରୀ, ଭରତପୁର, କେଦାରଗୌରୀ ସମେତ ଅଧିକାଂଶ ଫାଣ୍ଡି ଭଡ଼ାଘରେ ଚାଲିଛି। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ କିଛି ଫାଣ୍ଡି ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷାଦିନେ ଛାତରୁ ପାଣି ଗଳିବା ସହ ଲଗାଣ ବର୍ଷାରେ କର୍ମଚାରୀ ଫାଣ୍ଡି ଭିତରେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି । ଅଧିକାଂଶ ଫାଣ୍ଡିରେ ଆବଶ୍ୟକତା ଅନୁସାରେ କର୍ମଚାରୀ ନ ଥିବାରୁ ଲୋକଙ୍କୁ ତୁରନ୍ତ ସେବା ଯୋ​‌ଗାଇବାରେ ବିଳମ୍ବ ହେଉଛି। ଫଳରେ ସାଧାରଣ ଲୋକଟିଏ ଫାଣ୍ଡିକୁ ନ ଯାଇ ସିଧାସଳଖ ଥାନାକୁ ଯାଉଛି। କିଛି ଫାଣ୍ଡିର ନାମ କମିସନରେଟ ପୁଲିସ ୱେବ୍‌ସାଇଟ୍‌ରେ ଉଲ୍ଲେଖ ଥିଲାବେଳେ ବାସ୍ତବରେ ଏଗୁଡ଼ିକ କେଉଁଠି ଅଛି ତାହା ଖୋଜି ପାଇବା କଷ୍ଟକର। ଆଉ କେତେକ ସ୍ଥାନରେ ଫାଣ୍ଡି ପୁଲିସ କର୍ମଚାରୀଙ୍କ ବାସଗୃହରେ ପରିବର୍ତ୍ତିତ ହୋଇଛି। ସେଠାରେ କୌଣସି ସୂଚନାଫଳକ ଲାଗି ନ ଥିବାରୁ ଫାଣ୍ଡି ବୋଲି ପାଖରେ ରହୁଥିବା ଲୋକ ମଧ୍ୟ ଜାଣିନାହାନ୍ତି। କମିସନରେଟ ପୁଲିସ ଯେଭଳି ଭାବେ ସାଧାରଣ ଲୋକଙ୍କ ନିକଟତର ହେବାକୁ ଚାହୁଁଛି ସେହି ଅନୁସାରେ ସ୍ଥାନୀୟ ଫାଣ୍ଡି ଓ ବିଟ୍‌ ହାଉସକୁ ଗୁରୁତ୍ବ ଦେବା ଦରକାର। କାରଣ ସେହି ଅଞ୍ଚଳର ଲୋକଙ୍କ ସହ ସ୍ଥାନୀୟ ଫାଣ୍ଡି ଅଧିକାରୀ ଓ କର୍ମଚାରୀ ହିଁ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବେ ବୋଲି ବହୁ ବରିଷ୍ଠ ନାଗରିକ ମତ ଦେଇଛନ୍ତି। ଏହାଛଡ଼ା ଫାଣ୍ଡିରେ ଆବଶ୍ୟକ ସୁବିଧା ସୁେଯାଗ ନ ଥିବାରୁ ପୁଲିସ କର୍ମଚାରୀ କାମ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।
ଏ ନେଇ ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଫାଣ୍ଡିକୁ କମ୍‌ ଲୋକଙ୍କ ଆଗମନ ହେଉଥିବାରୁ ସେତେଟା ଗୁରୁତ୍ବ ଦିଆଯାଉନାହିଁ। ତେବେ ଗୁରୁତ୍ବ ବହନ କରୁଥିବା ଫାଣ୍ଡିକୁ ନିଜସ୍ବ ଗୃହ ଯୋଗାଇ ଦିଆଯାଇଛି। ବିଗତ ଦିନରେ ପାହାଳ ଓ ଯାଁଳା ଫାଣ୍ଡି ନୂତନ ଗୃହରେ କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ବାଳକାଟି ଫାଣ୍ଡି ପାଇଁ ଗୃହ ନିର୍ମାଣ କରାଯିବ।

Comments are closed.