ଅସଦାଚରଣ ଅଭିଯୋଗ କରିବାକୁ ଯାଇଥିବା ଯୁବତୀଙ୍କୁ ଥାନାରେ ଦୁର୍ବ୍ୟବହାର ଅଭିଯୋଗ

ଲକ୍ଷ୍ମୌ .- ଅସଦାଚରଣର ଶିକାର ହୋଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଯୁବତୀ ପୁଲିସ୍‌ ଅଧିକାରୀ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଉତ୍ତର ପ୍ରଦେଶ କାନପୁରରେ ଘଟିଛି ।

ଜଣେ ଯୁବତୀ ଅସଦାଚରଣ ଶିକାର ହେବା ପରେ ମାଆଙ୍କ ସହ ଥାନାକୁ ଏ ବିଷୟରେ ଅଭିଯୋଗ କରିବାକୁ ଯାଇଥିଲେ । ସେଠାରେ ଥିବା ଥାନା ବାବୁ ଅଭିଯୋଗ ରଖିବା ବଦଳରେ ଓଲଟା ଯୁବତୀକୁ ଦୁର୍ବ୍ୟବହାର କରିଥିଲେ । ସେ ଯୁବତୀଙ୍କ ପୋଷାକ ବିଷୟରେ ଟିପ୍ପଣୀ ଦେଇଥିଲେ । ମୁଦି ଓ କଙ୍କଣ ପିନ୍ଧିଥିବାରୁ ସେ ତାଙ୍କୁ ଖରାପ କଥା କହିଥିବା ଅଭିଯୋଗ ହୋଇଛି ।

ତାରା ବାବୁ ନାମକ ଏହି ପୁଲିସ ଅଧିକାରୀ ଯୁବତୀଙ୍କ ଅଭଯୋଗ ପତ୍ର ଚିରି ଦେବା ସହ ତାଙ୍କୁ ଆଉ ଏକ କାଗଜରେ ଅଭିଯୋଗ ଲେଖିବା ପାଇଁ ବାଧ୍ୟ କରିଥିଲେ । ଏହି ଅଭିଯୋଗ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ସେଠାରୁ ହଟାଇ ଦିଆଯାଇଛି । ବର୍ତ୍ତମାନ କୌଣସି କାମବିନା ତାଙ୍କୁ ପୁଲିସ୍‌ ମୁଖ୍ୟାଳୟରେ ବସିବା ପାଇଁ ନିର୍ଦେଶ ଦିଆଯାଇଛି । ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଏହା କେବଳ ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କ ମାଆଙ୍କ ବୁଦ୍ଧି ଯୋଗୁଁ ସମ୍ଭବ ହୋଇଛି। ସେ ନିଜ ମୋବାଇଲ୍‌ର ଥାନା ଭିତରର ଘଟଣାକ ରେକର୍ଡ କରିଥିଲେ । ପରେ ଏହା ସାମାଜିକ ଗଣ ମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଥିଲା । ପ୍ରିୟଙ୍କା ଗାନ୍ଧୀ ବି ଏହାକୁ ଟ୍ୱିଟ୍‌ କରିଥିଲେ । ପରେ ପୁଲିସ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Comments are closed.