ପୁଲିସ-ମାଓବାଦୀ ଗୁଳି ବିନିମୟ, ୨ମାଓବାଦୀ ଆହତ

0

ପଦ୍ମପୁର : ପଦ୍ମପୁର ନିକଟସ୍ଥ ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡର ମନଭଙ୍ଗ ଗ୍ରାମ​‌ରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ମାଓବାଦୀ ଆହତ ହୋଇଥିବାର ପଦ୍ମପୁର ଏସ୍.ଡି.ପି.ଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସେଠାରୁ ୧୬ଟି ଜୀବନ୍ତ ଗୁଳି ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ମନଭଙ୍ଗ ଡ୍ୟାମ ନିକଟରେ ପୁଲିସର ସର୍ଚ୍ଚ ଅପରେସନ ଚାଲିଥିଲା। ସେଠାରେ ନୂଆପଡା, ବଲାଙ୍ଗୀର, ବରଗଡ ଡିଭିଜନର ମାଓବାଦୀ ଏରିଆ କମାଣ୍ଡରଙ୍କ ନେତୃତ୍ବରେ ୮/୧୦ଜଣ ମାଓବାଦୀ ପାହାଡରୁ ଆସୁଥିବାର ପୁଲିସ ଦେଖିବାକୁ ପାଇଥିଲା। ତାପରେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପୁଲିସ ଟିମ୍ କହିଥିଲା। କିନ୍ତୁ ପୁଲିସକୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ପୁଲିସର ପାଲଟା ଗୁଳି ଚାଳନାରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏଥିରେ ଦୁଇ ଜଣ ମାଓବାଦୀ ଆହତ ହୋଇଥିବାର ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାହାଡର ଚାରିପଟେ କୁମ୍ବିଂ ଅପରେସନ ଜାରି ରହିଛି। ବରଗଡ ଏସ.ପି ମୁକେଶ କୁମାର ଭାମୁ, ବରଗଡ ଏସ୍.ଡି.ପି.ଓ ଏନ୍.ପି ନାୟକ, ପଦ୍ମପୁର ଏସ.ଡି.ପି.ଓ ଏଲ.ଏନ.ପଣ୍ଡା ଘଟଣାସ୍ଥଳରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave A Reply