ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

ବରଗଡ଼ : ବରଗଡ଼ ଜିଲାରେ ଗତରାତି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବରଗଡ ଏସ୍.ପି ପଦ୍ମିନୀ ସାହୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଗତ ମଙ୍ଗଳବାର ରାତିରେ ଜିଲାର ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତରମ୍ଭା ଗ୍ରାମରେ ମାଓବାଦୀମାନେ ଆସି ସଭା କରିଥିଲେ। ଏହି ଖବର ପାଇ ପୁଲିସ ପହଞ୍ଚି ମାଓବାଦୀମାନଙ୍କୁ ଆତ୍ମ ସମର୍ପଣ କରିବାକୁ କହିବାରୁ ସେମାନେ ଗୁଳି ଚଳାଇ ଥିଲେ। ପୁଲିସ ପାଲଟା ଗୁଳି ଚଳାଇଥିବା ସତ୍ବେ ଦଳରେ ଥିବା ୭ ମାଓବାଦୀ ଜଙ୍ଗଲକୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ପୁଲିସ ଘଟଣାସ୍ଥଳରୁ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ରାସନ ସାମଗ୍ରୀ, ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

Comments are closed.