ଓଡିଶାର ଦୁଇ ଏସ୍‌ପିଙ୍କୁ ପୁଲିସ ମେଡାଲ

ନୂଆଦିଲ୍ଲୀ: ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ଲାଗି ୨୦୧୯ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଦେଶବ୍ୟାପୀ ୯୬ ଜଣ ପୁଲିସଙ୍କୁ ପଦକ ପ୍ରଦାନ କରାଯାଇଛି। ଏଥିରେ ଓଡିଶାର ଦୁଇ ଜଣ ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂ ଓ ଡକାର ସନ୍ଦୀପ ସମ୍ପତ। ପଦକ ପାଇଥିବା ପୁଲିସମାନଙ୍କ ମଧ୍ୟରୁ ସିବିଆଇର ସର୍ବାଧିକ ୧୫ ଜଣ ରହିଛନ୍ତି। ମହାରାଷ୍ଟ୍ରରୁ୧୧ ଜଣ ପୁଲିସ, ଉତ୍ତରପ୍ରଦେଶରୁ ୧୦ ଜଣ ପୁଲସ, କେରଳରୁ ୯ ଜଣ ପୁଲିସ, ମଧ୍ୟପ୍ରଦେଶରୁ ୮ ଜଣ ପୁଲିସ, ଦିଲ୍ଲୀ ଓ କର୍ଣ୍ଣାଟକରୁ ୬ ଜଣ ପୁଲିସ ରହିଛନ୍ତି। ଅନ୍ୟମାନେ ବାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରୁ ପଦାଧିକାରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି।

 

Comments are closed.