କଟକରେ ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗ

0

କଟକ.-କଟକରେ ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଦେବୀ ପ୍ରସାଦ ପଟ୍ଟନାୟକ ନାମକ ଆଇନଜୀବୀଙ୍କୁ ପୁଲିସ ମାଡ ମାରିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଦେବୀଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହାପରେ ଉତ୍ୟକ୍ତ ଆଇନଜୀବୀ ଥାନା ଘେରାଉ କରିଥିଲେ । ଘଟଣାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଅଭିଯୋଗ ମିଳିବାପରେ ଏହି ଘଟଣାର ତଦନ୍ତଭାର ଚାଉଳିଆଞ୍ଜ ଆଇଆଇସିଙ୍କୁ ଦିଆଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

Leave A Reply