ବିବାହ ବେଦୀରୁ ବରକୁ ଉଠାଇନେଲା ପୁଲିସ

କଟକ: ପ୍ରଥମ ସ୍ତ୍ରୀ ଅଛନ୍ତି। କିନ୍ତୁ ଏପଟେ ଚାଲିଥିଲା ଦ୍ବିତୀୟ ବିବାହ, ଯାହା ଶେଷରେ ଭଣ୍ଡୁର ହୋଇଯାଇଛି। ବିବାହ ବେଦୀରୁ ବରକୁ ପୁଲିସ ଉଠାଇ ନେଇଛି। ବୁଧବାର ଏପରି ଏକ ଘଟଣା ଘଟିଛି କଟକ ମହାନଦୀ ବିହାର ଅଞ୍ଚଳରେ। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ଯୁବକ ଜଣକ ଦ୍ବିତୀୟ ବିବାହ କରୁଥିବାରୁ ବୟାଳିଶି ମୌଜା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଯୁବକଙ୍କ ଘର ତୁଳସୀପୁର ଅଞ୍ଚଳରେ। ସେ ବିବାହିତ ହୋଇଥିବାବେଳେ ତାଙ୍କର ପ୍ରଥମ ସ୍ତ୍ରୀ ଅଛନ୍ତି। କିନ୍ତୁ ସେ ବୁଧବାର ଆଉ ଜଣେ ଯୁବତୀଙ୍କୁ  ମହାନଦୀ ବିହାର ଅଞ୍ଚଳରେ ବିବାହ କରୁଥିବା ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଖବର ମିଳିଥିଲା। ଏ ନେଇ ସେ ପୁଲିସକୁ ଜଣାଇବା ସହିତ ଥାନା​‌ରେ ଅଭିଯୋଗ କରିଥିଲେ। ପରେ ବୟାଳିଶି ମୌଜା ପୁଲିସ ପହଞ୍ଚି ଅଭିଯୁକ୍ତ ବରକୁ ସର୍ବସମ୍ମୁଖରେ ବେଦୀରୁ ଉଠାଇ ନେଇଥିଲା। ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

Comments are closed.