ଦିଲ୍ଲୀରେ ୨ ସନ୍ଦିଗ୍ଧ ଜୈସ ଆତଙ୍କବାଦୀ!

0

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଜୈସ-ଇ-ମହମ୍ମଦର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ଅନୁପ୍ରବେଶ କରିଥିବାର ସୂଚନା ମିଳିଛି। ଏହି ସୂଚନା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ ସହରର ଆକ୍ରମଣ ଘଟାଇବାର ଯୋଜନା କରିବା ଆଶଙ୍କା ପ୍ରକାଶ କରାଯାଇଛି। ସତର୍କ ସୂଚନା ପରେ ଦିଲ୍ଲୀର ସମସ୍ତ ହୋଟେଲ, ଗେଷ୍ଟ ହାଉସ, ବିଭିନ୍ନ ଅସ୍ଥାୟୀ ଆବାସସ୍ଥଳକୁ ଯାଞ୍ଚ କରାଯାଉଛି। ବିଦେଶୀ ଛାତ୍ରଛାତ୍ରୀମାନେ ରହୁଥିବା ହଷ୍ଟେଲଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଛି। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଫଟୋ ପୁଲିସ ଜାରି କରିଛି। ଫିରୋଜପୁର ଠାରେ ଏକ ମାଇଲଖୁଣ୍ଟ ନିକଟରେ ଉଭୟ ଫଟୋ ଉଠାଇଛନ୍ତି। ଫିରୋଜପୁର ପଞ୍ଜାବର ଅମୃତସର ଠାରୁ ୧୩୩ କିମି ଦୂର ଓ ଦିଲ୍ଲୀଠାରୁ ୩୬୦ କିମି ଦୂର। ରବିବାର ଅମୃତସରର ଏକ ଧାର୍ମିକ ସଭାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୧୦ଜଣ ଆହତ ହୋଇଥିଲେ। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ପୁଲିସ ନିବେଦନ କରିଛି।

Leave A Reply