କୋଇଡ଼ା ହତ୍ୟା ଘଟଣାରେ ୬ ଅଟକ

0

ବଣାଇ : ସୁନ୍ଦରଗଡ଼ ଜିଲାର ବଣାଇ ଉପଖଣ୍ଡ କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରି କୂଅରେ ପକାଇବା ଘଟଣାରେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି। ଏହା ସହ କୋଦାଳ ଓ ଶାବଳ ଜବତ କରିଛି। ସୂଚନା ଅନୁଯାୟୀ, ଇନ୍ଦୁପୁର ଗ୍ରାମର ଗୋଟିଏ ପରିବାରର ୫ ଜଣଙ୍କୁ ଡ଼ାହାଣୀ ସନ୍ଦେହରେ ହତ୍ୟା କରାଯାଇ କୂଅରେ ପକାଇ ଦିଆଯାଇଥିଲା। ଶନିବାର ରାତି ୧୧ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଅକ୍ଲାନ୍ତ ପରିଶ୍ରମ କରି ୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତକଙ୍କର ଶବବ୍ୟବଚ୍ଛେଦ ପାଇଁ ପ୍ରଥମେ କୋଇଡ଼ା ଚିକିତ୍ସାଳୟକୁ ନେଇ ପରେ ଲହୁଣୀପଡ଼ାକୁ ନେଇଥିଲା। ଗ୍ରାମବାସୀ ଘଟଣାର ଉଚିତ ତଦନ୍ତ ପାଇଁ ଦାବି କରିଥିବା ଜଣାପଡ଼ିଛି।

Leave A Reply