ଚଇତି ପର୍ବ ପାଳନ ରୋକିବାରୁ ପୁଲିସ ଉପରକୁ ଆକ୍ରମଣ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଏହାମଧ୍ୟରେ ବର୍ତ୍ତମାନ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ବେଳେ ପୁଲିସ ଉପରକୁ ଆକ୍ରାମଣ ହୋଇଥିବା ସହ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। କୋଭିଡ ନିୟମ ଉଲ୍ଲଙ୍ଘନ କରି ଚଇତି ପର୍ବ ପାଳନ କରୁଥିବା ବେଳେ ପୁଲିସ ଅଟାକାଇଥିବାରୁ ସାଧାରଣ ଲୋକେ ଶରତ ଥାନା ପୁଲିସକୁ ଆକ୍ରମଣ କରିଥିଲେ। ଏଭଳି ଘଟଣା ବାରିପଦା ନିକଟ କପ୍ତିପଦା ଥାନା ଦେବାନବାହାଳି ଗାଁରେ ଘଟିଛି ବୋଲି ଖବର ମିଳିଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଓ କନଷ୍ଟେବଳ ଆହତ ହୋଇଛନ୍ତି। ସ୍ଥାନୀୟଲୋକେ ପୁଲିସ ଗାଡି ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି। ସଭିଁଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ହଜାର ହଜାର ଲୋକେ ଏକାଠି ହୋଇ ଏହି ପର୍ବ ପାଳନ କରୁଥିଲେ।

 

Comments are closed.