ସୁଇସାଇଡ୍‌ ନୋଟ ଲେଖିଥିଲେ ଆଦିତ୍ୟ; ଫରେନ୍‌ସିକ ରିପୋର୍ଟରୁ ହେଲା ସ୍ପଷ୍ଟ

ଭୁବନେଶ୍ଵର: ସାମାଜିକ କର୍ମୀ ଆଦିତ୍ୟ ସୁନ୍ଦର ଦାସ ମୃତ୍ୟୁ ମାମଲାର ସୁଇସାଇଡ୍‌ ନୋଟ ସମ୍ପର୍କିତ ଫରେନ୍‌ସିକ୍‌ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି। ସୁଇସାଇଡ୍‌ ନୋଟ୍‌ଟି ଆଦିତ୍ୟ ନିଜେ ଲେଖିଥିଲେ ବୋଲି ଫରେନ୍‌ସିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଆଦିତ୍ୟଙ୍କ ପୁରୁଣା ହାତଲେଖା ସହିତ ସୁଇସାଇଡ୍‌ ନୋଟ୍‌ର ଲେଖା ମିଶୁଥିବା ରିପୋର୍ଟରେ ଦର୍ଶାଇଛି। ଫଳରେ ଆଦିତ୍ୟ ଆତ୍ମହତ୍ୟା କରିଥିବା ଫରେନ୍‌ସିକ ରିପୋର୍ଟରୁ ଏକ ପ୍ରକାର ଅନୁମାନ କରାଯାଉଛି। କିନ୍ତୁ ଅନ୍ୟ ଦିଗ ପ୍ରତି ମଧ୍ୟ ତଦନ୍ତ ଚାଲିଥିବା ରେଲୱେ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଅନେକ ସସ୍‌ପେନ୍ସ ଲାଗି ରହିଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଚି। ତେବେ ଫରେନସିକ୍‌ ରିପୋର୍ଟ ମିଳିବା ପରେ ପୁଲିସ ମାମଲାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାରେ ସହଜ ହେବ ବୋଲି କୁହାଯାଉଛି।

Comments are closed.