ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମପ୍ରକାଶଙ୍କୁ ଖୋଜୁଛି ପୁଲିସ

କଣାସ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସର ଏକ ବୁଥରେ ଆକ୍ରମଣ ଘଟଣାକୁ ନେଇ ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛି। ସେ ଆତ୍ମସର୍ମପଣ ନ କଲେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ପୁରୀ ଏସପି କହିଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମତଦାନ ସମୟରେ ଓମପ୍ରକାଶ କଣାସ ବ୍ଲକ ବୀରକିଶୋରପୁର ଗ୍ରାମର ୭୮ ନମ୍ବର କିଛି ସମର୍ଥକଙ୍କ ସହ ପଶି ନିର୍ବାଚନ ଅଧିକାରୀଙ୍କୁ ଦୁବ୍ୟବହାର କରିବା ସହ ଇଭିଏମ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ ଓମପ୍ରକାଶଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Comments are closed.