କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ପୁଲିସ ମହାନିର୍ଦ୍ଦେଶକ

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ସେ ତିନିଟି ଜିଲ୍ଲାର କରୋନା କଟକଣା ସମ୍ୱନ୍ଧୀତ ନିୟମର ସଠିକ ଅନୁପାଳନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏ କ୍ଷେତ୍ରରେ ଭଲ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ସହ ସେ ଆଲୋଚନା କରିବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି।

ଏହି ଗସ୍ତ ଅବସରରେ କରୋନାରୁ ସୁସ୍ଥ ହୋଇ ତତ୍‌କାଳ କାର୍ଯ୍ୟରେ ଯୋଗଦାନ କରିଥିବା ପୁଲିସ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ମାମଲାଗୁଡିକର ତଦନ୍ତ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅଭୟ ସମୀକ୍ଷା କରିଥିଲେ। ଗସ୍ତ ସମୟରେ ଆଇ.ଜି ପୂର୍ବାଞ୍ଚଳ, ତିନି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସହ ଅନ୍ୟାନ୍ୟ ଉଚ୍ଚ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.