୨ ଆହତ ଯବାନଙ୍କୁ ଭେଟିଲେ ପୁଲିସ ଡିଜି ଅଭୟ

ଭୁବନେଶ୍ୱର : ମାଓବାଦୀଙ୍କ ଗୁଳିରେ ୨ ଆହତ ଯବାନଙ୍କୁ ଆଜି ପୁଲିସ ଡିଜି ଅଭୟ ଭେଟିଛନ୍ତି। ରାଜଧାନୀ ଏମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି। ୨ ଜଣ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ ଗତକାଲି ବୌଦ୍ଧ – କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ବେଳେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିଲେ। ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ଆଇଜି ଅପରେସନ ଅମିତାଭ ଠାକୁର ଏନେଇ ସୂଚନା ଦେଇଥିଲେ।  ଗୁରୁତର ୨ ଯବାନଙ୍କୁ ଡିଜିପି ଏୟାରଲିଫ୍ଟ କରିଯାଇଥିଲା। କୋରାପୁଟ, ମାଲକାନଗିରି ଗସ୍ତରେ ଥିବା ଡିଜିପି ଗସ୍ତ ପରିବର୍ତ୍ତନ ଘଟଣାସ୍ଥଳରେ ପହଞ୍ଚି ନିଜ ହେଲିକପ୍ଟରରେ ୨ ଯବାନଙ୍କୁ ଆଣିଥିଲେ।

Comments are closed.