ଅପରାଧ ନିୟନ୍ତ୍ରଣ ପାଇଁ ୬ଟି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ ; ନୂଆ ଡ଼ିଜିପି

କଟକ : ଓଡ଼ିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅଭୟ ସୋମବାର ଅପରହ୍ନାରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତରୀଣ ଡିଜି ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପୂର୍ବରୁ ସେ ଶହୀଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ଦାୟିତ୍ବ ଗ୍ରହଣ ପରେ ଅଭୟ ନିଜ ଷଷ୍ଠସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି। ସରାକର ଯେଉଁ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି ତାକୁ ସେ ନିିଷ୍ଠାର ସହ ସମ୍ପାଦନ କରିବେ।

ପୁଲିସକୁ ଲୋକାଭିମୁଖୀ, ଦାୟିତ୍ବବାନ, ସଂବେଦନଶୀଳ ଓ ମାନବୀୟ କରିବା ସହ ମୋ ସରକାର କାର୍ଯ୍ୟକ୍ରମ ଓ ୫ଟି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯିବ। ନକ୍ସଲ ଦମନକୁ ତ୍ବାରାନ୍ବିତ କରି ଓଡ଼ିଶାରେ ନକ୍ସଲର ପ୍ରଭାବ ଓ କାର୍ଯ୍ୟକ୍ରମକୁ ସୀମିତ କରାଯିବ। ମହିଳା ବିରୋଧୀ ହିଂସାକୁ ଶୀଘ୍ର ନିୟନ୍ତ୍ରଣ କରିବା ଓ ଏହା ଉପରେ ତ୍ବରୀତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧ ଓ ମାଫିଆ ରାଜକୁ ଦମନ ଉପରେ ପୂରା ଫୋକସ କରାଯିବ। ଅପରାଧ ତଦନ୍ତର ମାନ ବୃଦ୍ଧି କରାଯାଇ ଦୋଷୀ ସାବ୍ୟାସ୍ତ ହାର ବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଭୟ କହିଛନ୍ତି।

Comments are closed.