ଅମାନିଆଙ୍କୁ ବାଟ ଦେଖାଉଛି ପୁଲିସ, ୭ ଦିନରେ ୨ କୋଟି ୧୭ ଲକ୍ଷ ଜୋରିମାନା ଆଦାୟ

ରାଜ୍ୟରେ ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ସପ୍ତମ ଦିନରେ ୯ ହଜାର ୩୧ ଜଣ ବ୍ୟକ୍ତିଙ୍କ ଠାରୁ ୨୯ ଲକ୍ଷ ୪ ହଜାର ୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏପ୍ରିଲ ୭ରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ୭୫ ହଜାର ୭୭ ଜଣ କୋଭିଡ୍‍ ନିୟମ ଉଲଂଘନକାରୀଙ୍କ ଠାରୁ ୨ କୋଟି ୧୭ ଲକ୍ଷ ୪୯ ହଜାର ୨୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।


ସପ୍ତମ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୧ ହଜାର ୩୬ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୭୯ ହଜାର ଟଙ୍କା ଏବଂ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୭ ହଜାର ୯୯୫ ବ୍ୟକ୍ତିଙ୍କଠାରୁ ୨୭ ଲକ୍ଷ ୨୫ ହଜାର ୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ କୋଭିଡ୍‍ କଟକଣାକୁ ଜୋରଦାର କରାଯିବ। କୋଭିଡ୍‍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍‍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍‍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହି ଅଭିଯାନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Comments are closed.