ତେଲଙ୍ଗାନା : କରୋନାରେ ସଂକ୍ରମିତ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ତେଲଙ୍ଗାନା : ହାଇଦ୍ରାବାଦରେ କରୋନା ଭୂତାଣୁରେ ସଂକ୍ରମିତ ଜଣେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ ୧୩ ମଇରେ ପୁଲିସ୍ କନେଷ୍ଟବଳଙ୍କର କରୋନା ପରୀକ୍ଷା ପରେ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ତେଲେଙ୍ଗାନାର ଡିଜିପି ଏମ ମହେନ୍ଦ୍ର କନଷ୍ଟେବଳଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, କରୋନା ଯୋଦ୍ଧା ହାଇଦ୍ରାବାଦ ପୁଲିସର କନଷ୍ଟେବଳଙ୍କର କୋଭିଡ -୧୯ ଯୁଦ୍ଧରେ ମୃତ୍ୟୁ ଘଟିଛି। ତାଙ୍କ ପରିବାର ପ୍ରତି ମୋର ସମବେଦନା। ଏହି ସଙ୍କଟରେ ସରକାର ଏବଂ ତେଲେଙ୍ଗାନା ପୁଲିସ ସେମାନଙ୍କ ସହ ଅଛନ୍ତି।
ଏହି ମାରାତ୍ମକ ଭୂତାଣୁ ଦ୍ୱାରା ରାଜ୍ୟରେ ଅତି କମରେ ୫ ଜଣ ପୁଲିସ କର୍ମୀ ସଂକ୍ରମିତ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୬୬୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୩ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ଏହି ମାରାତ୍ମକ ରୋଗରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.