ମୋହନା ପୁଲିସର ହେଲମେଟ୍ ଯାଞ୍ଚ, ଜୋରିମାନା ଆଦାୟ

ମୋହନା : ସ୍ଥାନୀୟ ଥାନା ପକ୍ଷରୁ ବଜାର ଛକଠାରେ ହେଲମେଟ୍ ଓ ଗାଡିର କାଗଜପତ୍ର ଯାଞ୍ଚ କରାଯାଉଛି।  ଏହି ଅବସରରେ ହେଲମେଟ୍ ପିନ୍ଧି ନ ଥିବା, ମାସ୍କ ନ ପିନ୍ଧି ଗାଡ଼ି ଚଳାଇବା, ଗାଡ଼ି ଚାଳକଙ୍କ ଲାଇସେନ୍ସ ନଥିବା, ନାବାଳକ ଗାଡ଼ି ଚଳାଇବା ବ୍ୟକ୍ତିଙ୍କଠାରୁ ପୁଲିସ୍ ପକ୍ଷରୁ ଦୁଇ ଦିନରେ ୬୯ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯିବା ସହ ୮ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରାଯାଇଥିବା ଜଣାପଡିଛି। ଡ଼ିଜିପିଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ମାସ ୧ ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି ଆଇଆଇସି ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

Comments are closed.