ଟିଟିଲାଗଡ଼ରେ ପୁଲିସ ରକ୍ତଦାନ ଶିବିର, ୩୧୮ ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼: ବଲାଙ୍ଗିର ଜିଲା ପୁଲିସ ପ୍ରଶାସନ ପକ୍ଷରୁ ଟିଟିଲାଗଡ ଠାରେ ଗୁରୁବାର ଅନୁଷ୍ଠିତ ମେଗା ରକ୍ତଦାନ ଶିବିର ବିରଳ ରେକର୍ଡ ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ସଂଶୟ ନେଇ ଜରୁରି ସମୟରେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ରେଡକ୍ରସ ରକ୍ତଭଣ୍ଡାର ଗୁଡିକ ରକ୍ତ ଶୁନ୍ୟ ହୋଇପଡଥିବା ନେଇ ପୁଲିସର ଏହି ନିଆରା ପ୍ରୟାସରେ ୩୧୮ ରକ୍ତଦାତା ସାମିଲ ହେବା ଉତ୍ସାହ ସୃଷ୍ଟି କରିଛି। ପୁଲିସ ପ୍ରଶାସନ ପକ୍ଷରୁ ସଭି ରକ୍ତଦାତାଙ୍କୁ “କୋଭିଡ ଯୋଦ୍ଧା” ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି।

ସକାଳ ୧୦ଟାରେ ଏହି ମେଗା ରକ୍ତଦାନ ଶିବିରକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ଏସପି ସନ୍ଦୀପ ମଡେକର, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ହୋମଗାର୍ଡ ଜିଲା ଏସିଷ୍ଟାନ୍ଟ କମାଣ୍ଡେନ୍ଟ କୁମୁଦ ସେଠ, ରିଜର୍ଭ ଇନ୍ସପେକ୍ଟର ଆତିଶ ସାହୁ ପ୍ରମୁଖଙ୍କ ଗହଣରେ ଉଦଘାଟନ କରିଥିଲେ। ଉଦଘାଟନ ପରଠାରୁ ଥାନା ସମ୍ମୁଖରେ ରକ୍ତଦାନ ପାଇଁ ସ୍ୱେଚ୍ଛାସେବୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

ପୁଲିସ, ହୋମଗାର୍ଡ ବାହିନୀ ସମେତ ବ୍ଲକ ସରପଂଚ ସଂଘ, ଗୋପବନ୍ଧୁ ଯୁବକ ସଂଘ, ଏସଏମ ଫିଟନେସ, ଜିଲା ଆଦିବାସୀ କଲ୍ୟାଣ ସଂଘ, ଜିଲା କନ୍ଧ ଯୁବ ସଂଗଠନ, ସୁବାଶ ଚନ୍ଦ୍ର ଯୁବକ ସଂଘ, ବିଭିନ୍ନ ମହିଳା ଗୋଷ୍ଠି ସଦସ୍ୟା, ଆମ୍ବେଦକର କ୍ଲବ, ମାରୱାଡି ଯୁବା ମଂଚ, ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ବିଜୁ ଯୁବ ବାହିନୀ, ମୁସଲିମ ସମାଜ, ୟଙ୍ଗମାସ ଯୁବକ ସଂଘ, ନେତାଜୀ ଯୁବକ ସଂଘ, ଆରଏସଏସ, ସିଲୁଅାଁ ବିଜୁ ଯୁବ ବାହିନୀ, ଶ୍ରୀରାମ ଏନ୍ଟର ପ୍ରାଇଜର୍ସ ପ୍ରମୁଖ ବହୁ ସଂଗଠନ ଏଥିରେ ସାମିଲ ହୋଇଥିଲେ। ବିଶିଷ୍ଟ ରକ୍ତଦାତାଙ୍କ ମଧ୍ୟରେ ଟିଟିଲାଗଡ ଉନ୍ନୟନ ପରିଷଦ ସଭାପତି ତଥା ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ ୭୬ତମ ଥର, ଏସଆଇ ମନୋଜ ମୁଣ୍ଡା, ରାଜ୍ୟ ସରପଂଚ ସଂଘ କାର୍ଯ୍ୟକାରୀ ସଭାପତି ହରିନାରାୟଣ ମିଶ୍ର, ସରପଂଚ ମୁନିରାମ ଖର୍ସେଲ, ବିରଂଚି ବେହେରା, ବୁଲୁ ଶତପଥି ୩୭ତମ ଥର, ମିଲନ ବାରିକ ୨୯ତମ ଥର, ଜିଲା କନ୍ଧ ସମାଜ ଯୁବ ସଂଗଠନ ଉପସଭାପତି ଧନେଶ୍ୱର ମାଝୀ, ଟିଟିଲାଗଡ ବ୍ଲକ ସଭାପତି ଉମାକାନ୍ତ ଭୋଇ, ଗିଲୁ ଜାଳ, ବାପି ଡେଭିଡ, ବୁଲୁ ସେଠ, ସାମ୍ବାଦିକ ଅଶୋକ ତ୍ରିପାଠୀ, ମହିଳା ରକ୍ତଦାତାଙ୍କ ମଧ୍ୟରେ ଛାତ୍ରୀ ଏକତା ମିଶ୍ର, ଯାଜ୍ଞସେନୀ ସାହୁ, ଲିଲି ପ୍ରଧାନୀ, ସୁମନ ବର୍ମା, ମିନାକ୍ଷୀ ମାଝୀ, ପୁଷ୍ପାଞ୍ଜଳି ମିଶ୍ର, ମାନିନୀ ପାତ୍ର, ଶକୁନ୍ତଲା ନାଏକ, ଝିଲ୍ଲୀ ସାହୁ, ଅଙ୍କିତା ଚୌଧୁରୀ, ଗୀତାଞ୍ଜଳି ମହାରଣା, ସତ୍ୟବତି ପୁଝାରୀ, ବିଶାଖା ମାଝୀ ପ୍ରମୁଖ ୫୦ରୁ ଊର୍ଦ୍ଧ୍ବ ମହିଳା ରକ୍ତଦାନ କରିଥିଲେ। ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାଶ, ଏସଆଇ ସାବିତ୍ରୀ ଖାକା, ନାରି ନେତ୍ରୀ ଅଞ୍ଜଳି ବେହେରା, ବରିଷ୍ଠ ଆଇନଜୀବୀ ପ୍ରଭାସ ବହିଦାର, ବ୍ଲକ ସରପଂଚ ସଂଘ ସଭାପତି ବିରବର ସାହୁ, ମନୋଜ ପାଢୀ, ରିମା ବାନୁଆ, ଗୃହରକ୍ଷୀ କମ୍ପାନୀ କମାଣ୍ଡଡେନ୍ଟ ଧୁବଲେଶ୍ୱର ଦଳବେହେରା, ସିନିୟର ପ୍ଲାଟୁନ କମାଣ୍ଡର ଗୁଲାମ ସାହୁ, ଟିଟିଲାଗଡ ବିକାଶ ସେନା ସଭାପତି ଅମ୍ଲାନ ଷଡଙ୍ଗୀ, ଛାତ୍ର କଂଗ୍ରେସ ନେତା ଜ୍ଞାନରଞ୍ଜନ ସରାଫ, ରକ୍ତଦାତା ସଂଘ ସଭାପତି ବନମାଲି ବେହେରା, ଜିଲା ଆଦିବାସୀ ସଂଘ ସଂଗଠକ ଥବିର ପୁଝାରି, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, କନ୍ଧ ଯୁବ ସଂଗଠନ ନଗର ସଭାପତି ସୁରେଶ ଭୋଇ, ଜିଲା ରେଡକ୍ରସ ପ୍ରତିନିଧି ରାମନାରାୟଣ ଦାଶ, ମିନକେତନ ଡାଙ୍ଗ, ଆଶିଷ ବେହେରା, ସରପଂଚ ଅଗସ୍ତି ବାଗ, ଅନନ୍ତ କିଶୋର ସାହୁ, ନବକିଶୋର ନାୟକ, ସମାଜସେବୀ ସୁବାଶ ମହାନନ୍ଦ ପ୍ରମୁଖ ଅଂଚଳର ବିଭିନ୍ନ ସଂଗଠନର ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମର ସଫଲତା ନେଇ ଅକ୍ଲାନ୍ତ ପରିଶ୍ରମ ତଥା ସହଯୋଗ କରିଥିବା ନେଇ ଏସପି ଶ୍ରୀ ମଡେକର ସାଧୁବାଦ ଜଣାଇଛନ୍ତି।

Comments are closed.