‘ଦିଶା’ ଗଣ ବଳାତ୍କାର ଓ ହତ୍ୟା ମାମଲା : ଫାଷ୍ଟ ଟ୍ରାକ୍‍ କୋର୍ଟ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ

ଅପରାଧୀମାନଙ୍କୁ କଠୋର ଦଣ୍ଡ ଦାବି କରି ଛାତ୍ରଛାତ୍ରୀ, ମହିଳା ଓ ଅନ୍ୟମାନଙ୍କର ବିକ୍ଷୋଭ ପ୍ରଦର୍ଶନ

ହାଇଦରାବାଦ :  ପଶୁ ଚିକିତ୍ସକ ‘ଦିଶା’ଙ୍କ ଗଣ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ତେଲଙ୍ଗାନା ରାଜ୍ୟ ପୁଲିସ୍‍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପୁଲିସ୍‍କୁ କୁହାଯାଇଛି । ବଳାତ୍କାରର ଶିକାର ହୋଇଥିବା ଚିକିତ୍ସକଙ୍କ ନାମ ‘ଦିଶା’ ଭାବେ ବ୍ୟବହାର କରିବାପାଇଁ ପୁଲିସ୍‍ ସାମ୍ବାଦିକମାନଙ୍କୁ ଅନୁରୋଧ କରିଛି । ରାଜ୍ୟ
ପୁଲିସ୍‍ ମହାନିର୍ଦେଶକ ମହେନ୍ଦ୍ର ରେଡ୍ଡୀ ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କୁ ଅଧିକରୁ ଅଧିକ ଦଣ୍ଡ ବିଧାନପାଇଁ ତଦନ୍ତକାରୀ ଅଫିସରମାନଙ୍କୁ କହିଛନ୍ତି ।
ଇତିମଧ୍ୟରେ ଏଥିପାଇଁ ଏକ ଫାଷ୍ଟ ଟ୍ରାକ୍‍ କୋର୍ଟ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅପରାଧୀମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାପାଇଁ ଦାବି କରି ଛାତ୍ରଛାତ୍ରୀ, ମହିଳା ଓ ଅନ୍ୟମାନେ ବିକ୍ଷୋଭ ପ୍ରଦର୍ଶନ ଚଳାଇଛନ୍ତି। ଆପଣମାନଙ୍କୁ ସ୍ମରଣ କରି ଦିଆଯାଇପାରେ, ୨୦ ବର୍ଷ ବୟସ ଭିତରେ ୪ ଜଣ ଲରି ଶ୍ରମିକଙ୍କୁ ସେହି ପଶୁ ଚିକିତ୍ସକଙ୍କ ସାମୂହିକ ବଳାତ୍କାର ଓ ହତ୍ୟା
ମାମଲାରେ ଗିରଫ କରାଯାଇଛି। ଗତମାସ ୨୮ ତାରିଖରେ ହାଇଦ୍ରାବାଦ ନିକଟସ୍ଥ ଶାଦ୍‍ ନଗରର ଏକ ଛୋଟ ପୋଲ ତଳୁ ୨୫ ବର୍ଷ ବୟସ୍କା ସେହି ପଶୁ ଚିକିତ୍ସକଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ଠାବ କରାଯାଇଥିଲା।

Comments are closed.