ଖାକିରେ କଳଙ୍କ; ଲାଞ୍ଚ ନେଇ ବନ୍ଧା ହେଲେ ପୁଲିସ ବାବୁ

ବୋଲଗଡ଼: ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ ବାବୁ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ୱାଇଁ।

ସୂଚନା ଅନୁଯାୟୀ, ବୋଲାଗଡ଼ ଅଞ୍ଚଳର ମହିଳା ସୁକାନ୍ତି ପଟ୍ଟନାୟକଙ୍କ ପୁଅ ନାମରେ ଥିବା ଏକ ମାମଲାରେ ଦଫା କୋହଳ ସହ ଗିରଫଦାରୀଙ୍କୁ ଏଡାଇବାକୁ ଭଗବାନ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଧରିଥିବା ସୂଚନା ମିଳିଛି। ଭଗବାନଙ୍କୁ ଖୋର୍ଦ୍ଧା ଭିଜିଲ୍ଲାନ୍ସ ଅଟକ ରଖି ପଚରାଉଚରା କରୁଛି।

Comments are closed.