ଜାମ୍ମୁରୁ ଆଇଏସଆଇ ଏଜେଣ୍ଟ ଗିରଫ, ଟଙ୍କା ପାଇଁ କରୁଥିଲା କାମ

ଜାମ୍ମୁ: ଜାମ୍ମୁ-କାଶ୍ମୀର ପୁଲିସର ସ୍ପେଶାଲ ଅପରେଶନ ଗ୍ରୁପ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି। ଜାମ୍ମୁର ନରୱାଲ ସ୍ଥିତ ଫଳ ଓ ପରିବା ମଣ୍ଡିରୁ ତା’କୁ ଗିରଫ କରାଯାଇଛି। ତା’ର ନାମ ପଙ୍କଜ ଶର୍ମା ବୋଲି ଜଣାପଡ଼ିଛି। ଟଙ୍କା ରୋଜଗାର ଲୋଭରେ ପଙ୍କଜ ଜାମ୍ମୁ, ସାମ୍ବା ଏବଂ କାଠୁଆରେ ମୁତୟନ ସୁରକ୍ଷାକର୍ମୀଙ୍କ ଲୋକେଶ, ସେମାନଙ୍କ ଗତିବିଧି ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଉଥିଲା। ପୁଲିସ ତା’ର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି
ସୂଚନା ଅନୁସାରେ, ପଙ୍କଜ ନରୱାଲ ମଣ୍ଡିରେ ଏକ ମଣ୍ଡିରେ କାମ କରୁଥିଲା। ତା’ର ଘର ସାମ୍ବା ଜିଲା ଅନ୍ତର୍ଗତ ତରୋର ଅଞ୍ଚଳରେ। ପଚରାଉଚରା ସମୟରେ ସେ ଅନେକ ବର୍ଷ ଧରି ପାକିସ୍ତାନୀ ଏଜେଣ୍ଟ ଭାବେ କାମ କରୁଥିବା ସ୍ବୀକାର କରିଛି।