ସାବଧାନ! ଇଭିଏମକୁ ନେଇ ଫେସ୍‍ବୁକରେ ଅପପ୍ରଚାର କରୁଥିବା ୨ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍‍ ଭୋଟିଂ ମେସିନ (ଇଭିଏମ)କୁ ନେଇ ଅପପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏହି କ୍ରମରେ ଫେସ୍‍ବୁକରେ ଇଭିଏମ ବଦଳା ଯାଉଥିବାର ମିଥ୍ୟା ପୋଷ୍ଟ କରିଥିବା ୨ ଜଣଙ୍କୁ ପୁଲିସ୍‍ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆଜମଗଡ଼ ଓ ଅନ୍ୟ ଜଣେ ଜୌନପୁର ଅଞ୍ଚଳର ବୋଲି ଜଣାପଡିଛି।
ଆଜମଗଡ଼ ଏସ୍‍ପି ତ୍ରିଭେଣୀ ସିଂହ କହିଛନ୍ତି ଯେ ଆଖାପୁର ନିବାସୀ ଉମେଶ ଗୌତମ ପ୍ରଶାସନ ଇଭିଏମ ବଦଳାଥିବା ନେଇ ଫେସ୍‍ବୁକରେ ମିଥ୍ୟା ପୋଷ୍ଟ କରିଥିଲେ। ଅପପ୍ରଚାର ପାଇଁ ତାଙ୍କୁ ଗିରଫ କରାଯାଇଛି। ସେହିପରି ଫେସ୍‍ବୁକରେ ନକଲି ଫଟୋ ଅପଲୋଡ କରି ଇଭିଏମ ବଦଳାଯାଉଥିବାର ଅପପ୍ରଚାର ଅଭିଯୋଗରେ ଲାଇନବଜାର ଥାନା ପୁଲିସ୍‍ କୋତୱାଲି ଅଞ୍ଚଳ ମୀରମସ୍ତ ନିବାସୀ ଫୈଜାନ ଖାନଙ୍କୁ ଗିରଫ କରିଛି।ବାରଣାସୀରେ ଇଭିଏମକୁ ନେଇ ମିଥ୍ୟା ପୋଷ୍ଟ କରିଥିବା ୨ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଫେସ୍‍ବୁକରେ ଇଭିଏମକୁ ନେଇ ଅପପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି। ଏଭଳି ଅପପ୍ରଚାର ବନ୍ଦ କରିବା ପାଇଁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।

Comments are closed.